ଏମିତି ଏକ କୀଟ, ଯାହା କାମୁଡିବା ଦ୍ୱାରା ପ୍ରତିଦିନ ୧୦୦୦ରୁ ବି ଅଧିକ ଲୋକଙ୍କ ହୁଏ ମୃତ୍ୟୁ, ସାର୍କ ଠାରୁ ବି ଅଧିକ ବିପଦପୂର୍ଣ୍ଣ । ଆସନ୍ତୁ ଜାଣିବା ଏହି କ୍ଷୁଦ୍ର ପ୍ରାଣୀ ବିଷୟରେ

62

ଯଦି ଆପଣଙ୍କୁ ପ୍ରଶ୍ନ କରାଯିବ କି ଆପଣଙ୍କୁ ସବୁଠାରୁ ଅଧିକ ଡର କେଉଁ ପ୍ରାଣୀକୁ ଲାଗେ, ତେବେ ଆପଣ ସାପ, ସାର୍କ ଆଦି ପ୍ରାଣୀଙ୍କ ନାମ ନେବେ । କିନ୍ତୁ ଏମିତି ଏକ ପ୍ରାଣୀ, ଯାହା ସାର୍କ ଠାରୁ ବି ଅଧିକ କ୍ଷତିକାରକ । ବିଲ ଗେଟସ ସୋଶିଆଲ ମିଡିଆରେ ଗୋଟିଏ ଷ୍ଟୋରି ସେୟାର କରିଛନ୍ତି, ଯେଉଁଠି ସେ ସାର୍କ ଠାରୁ ବି ଅଧିକ କ୍ଷତିକାରକ ‘ମଶା’କୁ କହିଛନ୍ତି । ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ।

କିନ୍ତୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ରିପୋର୍ଟ ମୁତାବକ, ୧୦୦ ବର୍ଷ(୧୯୧୬-୨୦୧୬)ରେ ସାର୍କ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୦୩୫ । ସେଇଠି ମଶା ଦ୍ୱାରା ମରିଥିବା ଲୋକଙ୍କ ସଂଖ୍ୟା ୧,୪୭୦ । ମଶାଙ୍କ ଦ୍ୱାରା ବ୍ୟାପୁଥିବା ମ୍ୟାଲେରିଆ ସବୁଠାରୁ ବିପଦପୂଣ୍ଣ ର୍ ବୋଲି କୁହାଯାଏ । ପ୍ରତିବର୍ଷ ୨୦ କୋଟି ଲୋକ ମ୍ୟାଲେରିଆରେ ମରିଥାନ୍ତି । ମ୍ୟାଲେରିଆ ଦ୍ୱାରା ପ୍ରତି ୨ ମିନିଟରେ ଗୋଟିଏ ଶିଶୁର ମୃତ୍ୟୁ ହୁଏ । ଖରା ଦିନରେ ମଶାଙ୍କ ଆତଙ୍କ ବଢ଼ିଯାଏ ଏବଂ ଅନେକ ଲୋକ ଏହାର ଶିକାର ହୋଇଥାଆନ୍ତି । ବିଲ ଗେଟସ ଏକ ପୋଷ୍ଟ ଜରିଆରେ ଲୋକଙ୍କୁ ଅବଗତ କରାଇଛନ୍ତି ।

ଜାଣନ୍ତୁ ମ୍ୟାଲେରିଆ ଠାରୁ କେମିତି ବଂଚିବେ ?

• ଶରୀରରେ ସୋରିଷ ତେଲ ଲଗାନ୍ତୁ । ଏହା ଦ୍ୱାରା ମଶା କାମୁଡେନି ।

• ମଶାମାନେ ଜମି ରହିଥିବା ପାଣିରେ ଜନ୍ମ ହୁଅନ୍ତି । ସେଥିପାଇଁ ଆଖପାଖର ଭଙ୍ଗା ବାସନକୁସନକୁ ହଟାଇ ଦିଅନ୍ତୁ ।

• ଘର ଆଖପାଖରେ ଥିବା ଖାଲ ତଥା ପାଣି ଜମୁଥିବା ସ୍ଥାନକୁ ପୋତି ଦିଅନ୍ତୁ ।

• ଛାତ ଉପର ଟାଙ୍କି, କୁଲର ଆଦିର ପାଣି ପରିବର୍ତ୍ତନ କରନ୍ତୁ । ସପ୍ତାହରେ ଥରେ ନିଶ୍ଚୟ ବଦଳାନ୍ତୁ । ଏହା ଦ୍ୱାରା ମଶାଙ୍କ ପ୍ରଜନନ ଉପରେ ରୋକ ଲଗାଯାଇପାରିବ ।

• ନିମ୍ବପତ୍ରର ଧୁଆଁ ବା ନିମ୍ବର ତେଲ ଜଳାଇ ମଶାଙ୍କୁ ଦୂର କରନ୍ତୁ ।