କନକ ବ୍ୟୁରୋ: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କଛି ଭିଡିଓ ଭାଇରାଲ ହୋଇଥାଏ । ଯେଉଁଥିରୁ କିଛି ନା କିଛି ଶିକ୍ଷଣୀୟ ଜିନିଷ ଦେଖିବାକୁ ମିଳିଥାଏ । ସେ ମୋଟିଭେସନାଲ ଭିଡିଓ ହେଉ କି କିଛି ପ୍ରେରଣା ଯୋଗାଇବା ଖବର । ଏଭଳି ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଲାଗୁଛି ବୟସ ଖାଲି ଏକ ସଂଖ୍ୟା ମାତ୍ର ।
ମଣିଷର ଭାବନା ଯୁବକ ସୁଲଭ କିମ୍ବା ବୃଦ୍ଧ କରିଥାଏ । ଯଦି ମଣିଷ କିଛି କରିବାକୁ ଚାହେଁ ତେବେ ସେ କିଛି ବି କରିପାରିବ । ଭାଇରାଲ ହେଉଥିବା ଭିଡିଓରେ ଏହି କଥାକୁ ସହଜରେ ଅନୁଭବ କରିହେବ । ଭାଇରାଲ ଭିଡିଓରେ ଆମେରିକାର ୭୦ ବର୍ଷିୟ ବୃଦ୍ଧ ବ୍ୟକ୍ତି ମାଇକେଲ କିଶ୍ ନାମକ ଜଣେ ବ୍ୟକ୍ତି ବିଜୁଳି ବେଗରେ ଦୌଡୁଥିବା ଦେଖିବାକୁ ମିଳୁଛି । ମାତ୍ର ୧୪ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରିଛନ୍ତି ମାଇକେଲ । ଏହି ଭିଜୁଆଲ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ବିଜୁଳି ବେଗରେ ଦୌଡିବାର ଏହି ଭିଡିଓକୁ ମୋଟିଭେସନାଲ ଭିଡିଓ ଭାବେ ବେଶ ପ୍ରଶଂସା କରଛନ୍ତି ୟୁଜର୍ସ । ଏଯାଏଁ ଏହି ଭିଡିଓକୁ ୧.୯ ମିଲିଅନରୁ ଅଧିକ ଲୋକେ ଦେଖିସାରିଲେଣି ।
Follow Us