ମେ’ ୧୭ରେ ଜେଇଇ ଆଡଭାନ୍ସଡ୍ : ମେ’ ୧ରୁ ୭ ଯାଏ ନାମ ପଞ୍ଜୀକରଣ

ମେ’ ୧୭ରେ ଜେଇଇ ଆଡଭାନ୍ସଡ୍ : ମେ’ ୧ରୁ ୭ ଯାଏ ନାମ ପଞ୍ଜୀକରଣ

source : India TV

କନକ ବ୍ୟୁରୋ : ୨୦୨୦-୨୧ ଶିକ୍ଷାବର୍ଷରେ ଦେଶରେ ଥିବା ୨୩ଟି ଆଇଆଇଟିରେ ନାମଲେଖା ପାଇଁ ଆସନ୍ତା ମେ’ ୧୭ରେ ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ହେବ। ଏଥିପାଇଁ ପରୀକ୍ଷା ପରିଚାଳନା କରୁଥିବା ଦିଲ୍ଲୀ ଆଇଆଇଟି ପକ୍ଷରୁ ଇନ୍‌ଫରମେସନ୍‌ ବ୍ରୋଚର୍‌ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ମେ’ ୧ରୁ ୭ ତାରିଖ ମଧ୍ୟରେ ନାମ ପଞ୍ଜୀକରଣ କରିପାରିବେ। ମେ’ ୭ରେ ଆବେଦନ ଫି’ ଦାଖଲର ଶେଷ ତାରିଖ ରଖାଯାଇଛି। ଯେଉଁମାନେ ଜେଇଇ ଆଡଭାନ୍ସଡ୍‌ ପାଇଁ ଯୋଗ୍ୟ ବିବେଚିତ ହେବେ, ସେମାନେ jeeadv.ac.in ୱେବ୍‌ସାଇଟ୍‌ରୁ ପରୀକ୍ଷା ସମ୍ପର୍କିତ ଅଧିକ ତଥ୍ୟ ଜାଣିପାରିବେ। ଗତ ଜାନୁଆରି ଓ ଆସନ୍ତା ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍‌ର ଶ୍ରେଷ୍ଠ ୨.୫ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏଥିରେ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ, ସେମାନେ ଦେଶର ୨୩ ଆଇଆଇଟିର ବି.ଇ/ବି.ଟେକ୍‌ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ।

ମେ’ ୧୭ରେ ୨ଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ। ପେପର୍‌-୧ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍‌ଣ ସାଢ଼େ ୨ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ମେ’ ୧୨ତାରିଖ ସକାଳ ୧୦ଟାରୁ ୧୭ତାରିଖ ସକାଳ ୯ଟା ମଧ୍ୟରେ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଏଥର ପରୀକ୍ଷା ପାଇଁ ସାରା ଦେଶରେ ୭ଟା ଆଇଆଇଟି ଜୋନ୍‌ କରାଯାଇଛି। ଖଡ଼ଗପୁର ଆଇଆଇଟି ଜୋନ୍‌ ଅଧୀନରେ ଆସୁଥିବା ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭୁବନେଶ୍ୱର ସମେତ ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ଜୁନ୍‌ ୮ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶିତ ବ୍ରୋଚର୍‌ରେ କୁହାଯାଇଛି।

ଅନ୍ୟପକ୍ଷରେ ଏପ୍ରିଲରେ ହେବାକୁ ଥିବା ଜେଇଇ ମେନ୍‌ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ ତାରିଖକୁ ବୃଦ୍ଧି କରାଯାଇଛି। ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ଗତ ୬ ତାରିଖରେ ଆବେଦନ ଶେଷ ହୋଇଥିବା ବେଳେ ଏବେ ଏହାକୁ ୧୨ତାରିଖ ଯାଏ ବୃଦ୍ଧି କରାଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ୧୨ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ। ଏପ୍ରିଲ୍‌ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ସିବିଟି ମୋଡ୍‌ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe