୩୬ଟି ଟ୍ରେନକୁ ବାତିଲ କଲା ପୂର୍ବତଟ ରେଳପଥ । ବାତ୍ୟାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ

193

କନକ ବ୍ୟୁରୋ : ବାତ୍ୟା ଜୱାଦକୁ ଦୃଷରେ ରଖି କିଛି ରୁଟରେ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ଆଜି ଏବଂ ଆସନ୍ତାକାଲି ପାଇଁ ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ । ଆଜି ୩୬ଟି ଓ କାଲି ୩୮ଟି ଟ୍ରେନ୍ ବାତିଲ କରାଯାଇଛି । ୬ତାରିଖରେ ଗୁଣୁପୁର-ପୁରୀ ଏକ୍ସପ୍ରେସ ବାତିଲ ।
ବାତ୍ୟା ଜୱାଦ୍ ପୁରୀର ନିକଟତର ହେବାରେ ଲାଗିଛି । ଯାହାକୁ ନେଇ ସଜାଗ ହେଉଛନ୍ତି ପ୍ରଶାସନ । ଆଜି କେତେକ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କରାଯାଇଥିବା ବେଳେ ଏବେ ବାତ୍ୟାକୁ ଦୃଷ୍ଟିରେ ରଖି ୩୬ଟି ଟ୍ରିନକୁ ବାତିଲ କରିଦିଆଯାଇଛି । ଆସନ୍ତାକାଲି ୩୮ଟି ଟ୍ରେନକୁ ବାତିଲ କରିଦିଆଯାଇଛି । କାରଣ ପବନ ବର୍ଷା ପାଇଁ ଟ୍ରେନ୍ ଲାଇନରେ ପାଣି ଜମିବ । ଧିରେ ଧିରେ ପବନର ବେଗ ବଢୁଥିବାରୁ ଟ୍ରାକ୍ ଉପରେ ଗଛ ପଡିବାର ମଧ୍ୟ ସମ୍ଭାବନା ରହିଛି । ଏହିସବୁ ଦିଗଗୁଡିକୁ ଦୃଷ୍ଟିରେ ରଖି ଟ୍ରେନକୁ ବାତିଲ କରିବା ପାଇଁ ନିସ୍ପତ୍ତି ନେଇଛି ପୂର୍ବତଟ ରେଳପଥ