କନକ ବ୍ୟୁରୋ : ବାରିପଦା ଟାଉନଥାନା ଅଂଚଳରୁ ୩୯ଟି ଅକ୍ସିଜେନ୍ ସିଲିଣ୍ଡର ଜବତ କରାଯାଇଛି । ତକତପୁର ଆରଏମସି ହାଟ ପରିସରରୁ ଏକ ଗୋଦାମରୁ ଅକ୍ସିଜେନ୍ ସିଲିଣ୍ଡର ଜବତ କରିଛି ଟାଉନ ଥାନା ପୁଲିସ । କରୋନା ବେଳେ ଅକ୍ସିଜେନର ଚାହିଦା ବଢ଼ି ଯାଇଥିବାରୁ ଏହାର ଫାଇଦା ଉଠାଇବାକୁ ଲାଗି ପଡ଼ିଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏପରି କଳାବଜାରୀ ହେଉଥିବା ଖବର ପାଇବା ପରେ ଏକ ଗୋଦାମ ଉପରେ ଚଢ଼ାଉ କରିଥିଲା ପୁଲିସ । ଏହି ଚଢ଼ାଉ ବେଳେ ଟାଉନ ଥାନା ପୁଲିସ ସହ ସ୍ପେଶାଲ୍ ସ୍କ୍ୱାର୍ଡର କର୍ମଚାରୀମାନେ ସାମିଲ ହୋଇଥିଲେ । ସଂପୃକ୍ତ ବ୍ୟବସାୟୀଙ୍କ ନାଁ ଗୁରୁ ସ୍ୱାମୀ ବୋଲି ଟାଉନ ଥାନା ପୁଲିସ ପକ୍ଷରୁ କୁହାଯାଇଛି ।
ବାରିପଦା ଟାଉନ ଥାନା ଅଂଚଳରୁ ୩୯ ଅକ୍ସିଜେନ ସିଲିଣ୍ଡର ଜବତ : କରୋନା ମହାମାରୀ ବେଳେ ମୁନାଫା କମାଇବାକୁ ମାତିଛନ୍ତି ଅସାଧୁ ବ୍ୟବସାୟୀ
/kanak/media/post_attachments/wp-content/uploads/2021/05/2-16.jpg)