କନକ ବ୍ୟୁରୋ: ପର୍ବପର୍ବାଣୀ ହେଉ ଅବା ବାହାଘର । ସବୁଠି ମିଠାର ଆବଶ୍ୟକତା ପଡ଼ିଥାଏ । ଏମିତିକି କୌଣସି ଶୁଭ କାମରେ ମୁହଁ ମିଠା କରିବା ପାଇଁ ଦରକାର ପଡ଼ିଥାଏ ମିଠା । ତେଣୁ ଏହି ସବୁ ଚାହିଦାକୁ ନଜରରେ ରଖି ମିଠା ପ୍ରସ୍ତୁତ କରି କିଛି ରୋଜଗାର କରୁଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ମହିଳା ।

Advertisment

ପର୍ବପର୍ବାଣୀ ହେଉ ଅବା ବାହାଘର । ସବୁଠି ମିଠାର ଆବଶ୍ୟକତା ପଡ଼ିଥାଏ । ଏମିତିକି କୌଣସି ଶୁଭ କାମରେ ମୁହଁ ମିଠା କରିବା ପାଇଁ ଦରକାର ପଡ଼ିଥାଏ ମିଠା । ତେଣୁ ଏହି ସବୁ ଚାହିଦାକୁ ନଜରରେ ରଖି ମିଠା ପ୍ରସ୍ତୁତ କରି କିଛି ରୋଜଗାର କରୁଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ମହିଳା ।

ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଂଚାୟତର ଆମ୍ବକୁଡୁଚି ଗାଁ । ଗାଁରେ ପାଖାପାଖି ୩୦୦ରୁ ଅଧିକ ଗୌଡ଼ ପରିବାର ବସବାସ କରନ୍ତି । କ୍ଷୀର କାରବାର ହେଉଛି ଏମାନଙ୍କର କୂଳ ବେଉସା । କ୍ଷୀର ତଥା ବିଭିନ୍ନ ପ୍ରକାରର କ୍ଷୀର ଜାତୀୟ ସାମଗ୍ରୀ ପ୍ରସ୍ତୁତ କରି ବ୍ୟବସାୟ କରନ୍ତି ଏହି ଗାଁର ଗ୍ରାମବାସୀ । ତେଣୁ ଗାଁର କିଛି ମହିଳା ଏକାଠି ହୋଇ ଏହି ବ୍ୟବସାୟକୁ ମଧ୍ୟ ଆପଣାଇଛନ୍ତି । ୧୩ ଜଣ ମହିଳା ମିଶି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି କିଛି କିଛି ଟଙ୍କା ସଂଚୟ କରି ସେଥିରେ ଗୋଟିଏ ଗୋଟିଏ ଗାଇ ପାଳନ କରିଛନ୍ତି । ଗାଇ କ୍ଷୀରରୁ ରସଗୋଲା, ଛେନା, ପନିର, ଖୁଆ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଯାହା ଫଳରେ ସେମାନେ ମାସକୁ ୩ରୁ ୪ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସେହି ଅର୍ଥରେ ନିଜର ଖର୍ଚ୍ଚ ତୁଲାଇବା ସହ ପରିବାରକୁ ମଧ୍ୟ କିଛି ଆର୍ଥିକ ସାହାଯ୍ୟ କରିପାରୁଛନ୍ତି ।

ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଛେନା ବାଲେଶ୍ୱର ସମେତ ଭଦ୍ରକ, ମୟୂରଭଞ୍ଜ ଏବଂ ପଡ଼ୋଶୀ ପଶ୍ଚିମବଙ୍ଗରେ ବିକ୍ରି କରାଯାଉଛି । ବଜାରରେ ଆମ୍ବକୁଡ଼ୁଚି ଛେନାର ବେଶ ଚାହିଦା ରହିଛି । ସ୍ଥାନୀୟ ବଜାର ଅନୁସାରେ ଏକ କେଜି ଛେନାରୁ ୭୦ ପିସ୍ ରସଗୋଲା ପ୍ରସ୍ତୁତ ହୋଇଥାଏ । ୧ କେଜି ଛେନା ପାଇଁ ୫ଲଟର କ୍ଷୀର ଆବଶ୍ୟକ ହୋଇଥାଏ । ସେହିପରି ୧ କେଜି ପନିର ପାଇଁ ୭ ଲିଟର କ୍ଷୀର ଆବଶ୍ୟକ ହୋଇଥାଏ । ୧ କେଜି ଖୁଆ ପାଇଁ ୮ଲିଟର କ୍ଷୀର ଦରକାର ପଡ଼ିଥାଏ । ୭୦ ପିସ ରସଗୋଲା ପାଇଁ ୩୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୫୦ ଟଙ୍କାରେ ବିକ୍ରି ହୋଇଥାଏ । ୧ କେଜି ଛେନା ପାଇଁ ୧୮୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୨୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି ମହିଳା । ସେହିପରି ୧ କେଜି ପନିର ପାଇଁ ୨୫୦ଟଙ୍କରୁ ୨୭୦ ଟଙ୍କା ଖର୍ଚ୍ଚ ହୋଇଥାଏ । ୩୦୦ ଟଙ୍କାରେ ବିକ୍ରି ହୋଇଥାଏ । ୧ କେଜି ଖୁଆ ପାଇଁ ୩୩୦ରୁ ୩୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୯୦ ରୁ ୪୦୦ ଟଙ୍କାରେ ବିକ୍ରି କରନ୍ତି ମହିଳା ।

ଆଜିକାଲି ବଜାରରେ ଅଧିକାଂଶ ଜିନିଷରେ ଅପମିଶ୍ରଣ କରାଯାଉଥିବା ଅଭିଯୋଗ ହେଉଛି । ଏହାରି ଭିତରେ ମହିଳା ମାନେ ନିଜ ହାତରେ ପ୍ରସ୍ତୁତ କରୁଥିବା ଛେନା ପନିରର ଢ଼େର ଚାହିଦା ରହିଛି ।