କନକ ବ୍ୟୁରୋ: ମଧ୍ୟପ୍ରଦେଶ ରାଜଗଡ଼ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ବରଯାତ୍ରୀ ବୋଝେଇ ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିବାରୁ ୧୩ ଜଣଙ୍କ ମୃତ୍ୟୁ । ଗୁରୁତର ଅବସ୍ଥାରେ ୧୬ ଜଣଙ୍କୁ ସ୍ଥାନୀୟ ମେଡିକାଳରେ ଭର୍ତ୍ତି କରାଯାଇଛି । ରବିବାର ବିଳମ୍ବିତ ରାତିରେ ରାଜଗଡ଼ ଜିଲ୍ଲା ମୁଖ୍ୟାଳୟ ଠାରୁ ୩୦ କିଲୋମିଟର ଦୂର ପିପଲୋଦି ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାଜସ୍ତାନ ଝାଲୱାଡ ଜିଲ୍ଲାର ମୋତିପରାରୁ ଟ୍ରାକ୍ଟର ଟ୍ରଲିରେ ଏକ ବରଯାତ୍ରୀ ଦଳ ରାୟଗଡ଼ ଅଭିମୁଖେ ଆସୁଥିବା ବେଳେ ଏହା ଭାରସାମ୍ୟ ହରାଇ ରାସ୍ତ ତଳକୁ ଓଲଟି ପଡିଥିଲା । ଏଥିରେ ପ୍ରାୟ ୪୦ରୁ ୫୦ ଜଣ ଲୋକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ଜଣଙ୍କ ମୃତ୍ୟୁ ହୋଇଛି । ୧୬ଜଣରୁ ଅଧିକ ବରଯାତ୍ରୀ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଳରେ ଭର୍ତ୍ତି କରାଯାଇଛି ।
ଭୟଙ୍କର ସଡ଼କ ଦୁର୍ଘଟଣା । ବରଯାତ୍ରୀ ବୋଝେଇ ଟ୍ରାକ୍ଟର ଟ୍ରଲି ଓଲଟି ପଡ଼ିବାରୁ ୧୩ଜଣଙ୍କ ମୃତ୍ୟୁ
/kanak/media/post_attachments/wp-content/uploads/2024/06/Capture-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)