କନକ ବ୍ୟୁରୋ: ଦେଶରେ ତୃତୀୟ ଲହରର ଆଶା ଆଶଙ୍କା ଭିତରେ ପୁଣି ବୃଦ୍ଧି ପାଇଲାଣି ସଂକ୍ରମଣ । ୨୪ଘଂଟା ଭିତରେ କରୋନା ସଂକ୍ରମଣ ସଂଖ୍ୟା ୪୬ ହଜାରରୁ ଅଧିକ ରହିଥିବା ବେଳେ କେରଳରେ ମଧ୍ୟ ସଂକ୍ରମଣ ଅଧିକା ରହୁଛି । କେରଳରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି ।
ଦେଶରେ ପୁଣି ବଢିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଂଟାରେ କୋଭିଡ୍-୧୯ କେସ୍ ୨୩ ପ୍ରତିଶତ ବୃଦ୍ଧି ହୋଇଛି । ଗୋଟିଏ ଦିନରେ ୪୬ ହଜାରରୁ ଅଧିକା ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ପାଖାପାଖି ଦୁଇ ମାସ ପରେ ଏହା ସବୁଠୁ ଅଧିକ । ଗତ ୨୪ ଘଂଟାରେ
- ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ
- ୬୦୭ ଜଣଙ୍କ କରୋନାରେ ମୃତ୍ୟୁ
- ୩୪ ହଜାର ୧୫୯ ଜଣ ଆରୋଗ୍ୟ
- ସୁସ୍ଥ ହାର ୯୭.୬୩%
- ଦେଶରେ ସକ୍ରିୟ ମାମଲା ୩ ଲକ୍ଷ ୩୩ ହଜାର ୭୨୫
ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ଲାଗି ରହିଥିବା ବେଳେ କେରଳର ଦୈନିକ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଂଟାରେ କେରଳରେ ୩୧ ହଜାରରୁ ଅଧିକ ସଂକ୍ରମଣ ସାମ୍ନାକୁ ଆସିଛି । ତିନି ମାସ ପରେ ରାଜ୍ୟରେ ୩୦ ହଜାର ଉପରେ ସଂକ୍ରମଣ ଆସିଛି । ମେ’ ୨୦ ତାରିଖରେ ଶେଷ ଥର ପାଇଁ ୩୦ ହଜାର ୪୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଓନାମ ପର୍ବ ପାଇଁ ସଂକ୍ରମଣ ବଢିଥିବା ଆଶଙ୍କା କରାଯାଉଛି । ଗତ କିଛି ଦିନ ଧରି କେରଳରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି ।
ଗତ ୨୪ ଘଂଟାରେ କେରଳରେ ୩୧ ହଜାର ୪୪୫ ଆକ୍ରାନ୍ତ ଚିହ୍ନଟ
ଟିପିଆର ୧୯.୩%
ଗତ ୨୪ ଘଂଟାରେ ୨୧୫ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା
ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୯ ହଜାର ୯୭୨ରେ ପହଂଚିଛି
ଆଇଏମ୍ଏ ତଥା ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ସଚିବ ଡକ୍ଟର ଗୋପିକୁମାର ପି. ଙ୍କ ସୂଚନା ଅନୁସାରେ ସରକାର ଯେତିକି ଘୋଷଣା କରିଛନ୍ତି, ତାଠାରୁ ୩ ଗୁଣା ହୋଇପାରେ ସଂକ୍ରମଣ ।