ତୃତୀୟ ଲହର ନେଇ ଏନଆଇଡିଏମର ରିପୋର୍ଟ : ୮୦ରୁ ୯୦ % ଟିକାକରଣ ପରେ ଯାଇ ଆସିବ ସମୁହ ରୋଗ ପ୍ରତିରୋଧକ ଶକ୍ତି

 ଭୂତାଣୁର ନୂଆ ଭାରିଆଂଟ ଆସୁଥିବାରୁ ଏଯାଏଁ ଆସିନାହିଁ ହର୍ଡ ଇମ୍ୟୁନିଟି

347

କନକ ବ୍ୟୁରୋ : କରୋନାର ଗୋଟିଏ ପରେ ଗୋଟିଏ ଲହର ଆସୁଥିବା ବେଳେ ଏଥରୁ କେବେ ମୁକ୍ତି ମିଳିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । କୁହାଯାଉଛି ସମୂହ ଟିକାକରଣରେ ଲୋକଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ତିଆରୀ ହେଲେ କରୋନାକୁ ମାତ ଦେବା ସମ୍ଭବ ହେବ । ଏଥିପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ବିଶେଷଜ୍ଞମାନେ କହୁଥିଲେ ୬୦ରୁ ୬୫ ପ୍ରତିଶତ ଟିକାକରଣ ହୋଇପାରିଲେ ହର୍ଡ ଇମ୍ୟୁନିଟି ବା ସମୂହ ରୋଗ ପ୍ରତିରୋଧ ଶକ୍ତି ତିଆରୀ ହେବ ।

କିନ୍ତୁ କରୋନା ଭୂତାଣୁର ନୂଆ ନୂଆ ଭାରିଆଂଟ ସାମ୍ନାକୁ ଆସୁଥିବାରୁ ଏବେ ଏହି ଆକଳନକୁ ପରିବର୍ତନ କରିଛନ୍ତି । ଏନଆଇଡିଏମର ରିପୋର୍ଟ ଅନୁସାରେ ୮୦ରୁ ୯୦ ପ୍ରତିଶତ ଟିକାକରଣ ପରେ ଯାଇ ଦେଶରେ ହର୍ଡ ଇମ୍ୟୁନିଟି ତିଆରୀ ହେବ । ଏନଆଇଡିଏମ୍ ଅର୍ଥାତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଷ୍ଟର ମ୍ୟାନେଜମେଂଟ କରୋନାର ତୃତୀୟ ଲହରକୁ ନେଇ ରିପୋର୍ଟ ଦେଇଥିବା ବେଳେ ଏଭଳି ଆକଳନ କରିଛି ।