ଦ୍ୱିତୀୟଠୁ ବଡ ହେବ ତୃତୀୟ ଲହର ! ଶୀର୍ଷ ଛୁଇଁଲା ବେଳକୁ ଆସିପାରେ ୧୯ ହଜାର ମାମଲା

କେନ୍ଦ୍ର ସର୍ତକ କରାଇବା ପରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ; ଦରକାର ପଡ଼ିପାରେ ୨୨ ହଜାର ୯୮୮ ଆଇସିୟୁ ବେଡ୍

746

କନକ ବ୍ୟୁରୋ : କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ପ୍ରାୟ ଦେଢଗୁଣା ଅଧିକ ଦୈନିକ ସଂକ୍ରମଣ ଆସିପାରେ । କରୋନାର ତୃତୀୟ ଲହର ଶୀର୍ଷରେ ଛୁଇଁଲା ବେଳକୁ ଓଡିଶାରେ ଦୈନିକ ସଂକ୍ରମଣ ୧୯ ହଜାର ୨୭୮ ଛୁଇଁପାରେ ବୋଲି କେନ୍ଦ୍ର ସତର୍କ କରାଇ ଦେଇଛି । ସେହିପରି ଦୈନିକ ହାରାହାରି ୧୦ ହଜାର ୨୧୭ ମାମଲା ଆସିପାରେ ବୋଲି ରିପୋର୍ଟରେ କୁହାଯାଇଛି ।

କେନ୍ଦ୍ର ସରକାରଙ୍କ କୋଭିଡ ଏମର୍ଜେନ୍ସି ରେସପନ୍ସ ଆଣ୍ଡ ହେଲ୍ଥ ସିଷ୍ଟମ ପ୍ରିପେୟାର୍ଡନେସ- ଇସିପିଆର ଫେଜ- ଟୁ ଏହି ସମ୍ଭାବ୍ୟ ଚିତ୍ର ନେଇ ଆକଳନ କରିଛି । ଏପରିକି ତୃତୀୟ ଲହରରେ ୭୫ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୭ଲକ୍ଷ ୬୬ ହଜାର ୨୭୫ କରୋନା ମାମଲା ଆସିବ ବୋଲି ଆକଳନ କରାଯାଇଛି । କେନ୍ଦ୍ରର ଏଭଳି ସତର୍କବାଣୀ ପରେ ପ୍ରସ୍ତୁତ ରହିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଲଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମାହାପ।।ତ୍ର ।

ଏହି ସମୟରେ ୨୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୭୬ ହଜାର ୨୪୩ ଜଣଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ ହେବ । ୩ ପ୍ରତିଶତଙ୍କ ପାଇଁ ଆଇସିୟୁ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଅର୍ଥାତ ୨୨ ହଜାର ୯୮୮ ଆଇସିୟୁ ବେଡ୍ ଏବଂ ୫ ପ୍ରତିଶତ ଅର୍ଥାତ ୩୮ ହଜାର ୩୧୪ ଜେନେରାଲ ବେଡ ଆବଶ୍ୟକ ହୋଇପାରେ ବୋଲି କୁହାଯାଇଛି । କରୋନାର ଦ୍ୱିତୀୟ ଲହର ବେଳେ ମେ ୨୨ ତାରିଖରେ ସର୍ବାଧିକ ୧୨ ହଜାର ୮୫୨ ସଂକ୍ରମଣ ମାମଲା ଆସିଥିଲା ।