ସିଙ୍ଗାପୁରରେ କରୋନାର ତୃତୀୟ ଲହର ନେଇ ବଢି଼ଲା ଚର୍ଚ୍ଚା । ନୂଆ ରୂପ ସହ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ମୁକାବିଲା ପାଇଁ ପ୍ରସ୍ତୁତି, ଛୋଟ ପିଲାଙ୍କ ସହ ଅନ୍ୟମାନେ ବି ହୋଇପାରନ୍ତି ସଂକ୍ରମିତ ।

572

କନକ ବ୍ୟୁରୋ : ସିଙ୍ଗାପୁରରେ କରୋନାର ତୃତୀୟ ଲହର ନେଇ ଚର୍ଚ୍ଚା ବଢ଼ି ଯାଇଛି । ଭାରତରେ ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରର ଆଶଙ୍କା ଦେଖାଦେଇଛି । ଠିକ୍ ଏମିତି ବେଳେ ସିଙ୍ଗାପୁରରେ କରୋନା ମାମଲା ବଢ଼ିବାରେ ଲାଗିଛି । କରୋନାର ନୂଆ ରୂପ ସହ ସିଙ୍ଗାପୁରରେ କରୋନା ସଂଖ୍ୟା ବୃଦ୍ଧି ତୃତୀୟ ଲହର ଆଡକୁ ଇସାରା କରୁଛି ।

ସିଙ୍ଗାପୁରରେ ଆଜି ପୁଣି ୩୫ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ୩୫ଟି ମାମଲାରୁ ୨ଟି ମାମଲା, ପୂର୍ବ ସଂକ୍ରମିତଙ୍କ ସହ କୌଣସି ସମ୍ପର୍କ ନାହିଁ । ଯାହା ଚିନ୍ତାର କାରଣ ବଢ଼ାଇଛି । ଗତକାଲି ମଧ୍ୟ ୨୨ଟି ନୂଆ ମାମଲା ଦେଖିବାକୁ ମିଳିଥିଲା । ଏପଟେ ସମ୍ଭାବ୍ୟ ତୃତୀୟ ଲହର ପାଇଁ ଓଡ଼ିଶାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ତୃତୀୟ ଲହର କେବଳ ଛୋଟ ପିଲାଙ୍କୁ ପ୍ରଭାବିତ କରିବ ତାହା ନୁହେଁ ବରଂ ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ ବୋଲି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ତେବେ ତୃତୀୟ ଲହର ପ୍ରଭାବ ତିନୋଟି ଦିଗ ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି । ପ୍ରଥମରେ କୋଭିଡ ନିମୟ, ଦ୍ୱିତୀୟରେ ଟିକାକରଣ ଏବଂ ତୃତୀୟରେ ଭୂତାଣୁର ରୁପ ପରିବର୍ତନ । ଏହି ତିନୋଟି ଦିଗ ଉପରେ ତୃତୀୟ ଲହର ପ୍ରଭାବ ନିର୍ଭର କରିପାରେ ।