ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର : ପ୍ରଭାବିତ ହୋଇପାରନ୍ତି ଛୋଟ ପିଲା

ପିଏମ୍ଓକୁ ସତର୍କ କରାଇଲା ଏମ୍ଏଚ୍ଏ ପ୍ୟାନେଲ । ଅଗ୍ରାଧିକାର ଭିତିରେ ପିଲାଙ୍କୁ ଟିକାକରଣ ଉପରେ ଗୁରୁତ୍ୱ

2,599

କନକ ବ୍ୟୁରୋ : ଆସନ୍ତା ଅକ୍ଟୋବରରେ ଆସିପାରେ କରୋନାର ତୃତୀୟ ଲହର। ବଢିପାରେ କରୋନା ସଂକ୍ରମଣ । ପିଏମ୍ଓକୁ ସତର୍କ କରାଇଲା ଏମ୍ଏଚ୍ଏ ପେନାଲ । ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଷ୍ଟର ମ୍ୟାନେଜମେଂଟ ବା ଏନ୍ଆଇଡିଏମ୍ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଏହି ରିପୋର୍ଟ ଦେଇଛି । ରିପୋର୍ଟ ଅନୁସାରେ ଅକ୍ଟୋବରରେ କରୋନାର ତୃତୀୟ ଲହର ପିକକୁ ଯାଇପାରେ । ମୁଖ୍ୟତଃ ଶିଶୁମାନେ ବିଶେଷ ଭାବେ ପ୍ରଭାବିତ ହୋଇପାରନ୍ତି ।

ବୟସ୍କମାନଙ୍କ ପରି ଶିଶୁମାନେ ସଂକ୍ରମିତ ହୋଇପାରନ୍ତି । ଏଥିପାଇଁ ଉନ୍ନତ ଚିକିତ୍ସା ସୁବିଧା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଯଦି ଅଧିକ ସଂଖ୍ୟାରେ ଶିଶୁମାନେ ଆକ୍ରାନ୍ତ ହୁଅନ୍ତି ତେବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଡାକ୍ତର, ଅଧିକ ସ୍ୱାସ୍ଥ୍ୟକର୍ମୀ, ଭେଂଟିଲେଟର, ଆମ୍ବୁଲାନ୍ସ ପରି ଉପକରଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏହା ସହ ଅଗ୍ରାଧିକାର ଭିତିରେ ପିଲାମାନଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଏକାଧିକ ରୋଗରେ ପୀଡିତ ଥିବା ଲୋକଙ୍କ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।