କନକ ବ୍ୟୁରୋ : ସାରା ଦେଶର ଲୋକମାନେ ଏବେ କରୋନାର ତୃତୀୟ ଲହର ଅର୍ଥାତ ଥାର୍ଡ ୱେଭକୁ ନେଇ ଚିନ୍ତାରେ ପଡିଥିବା ବେଳେ ସୋସିଆଲ ମିଡିଆରେ ଏବେ ଥାର୍ଡ ୱେଭ କଫି ରୋଷ୍ଟରକୁ ନେଇ ଚର୍ଚ୍ଚା ବି ଜୋର ଧରିଛି । ଦକ୍ଷିଣ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ କିଛିଦିନ ହେବ ଖୋଲିଥିବା ଏହି ଥାର୍ଡ ୱେଭ୍ କଫି ରୋଷ୍ଟରକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।

Advertisment

ସାରା ଦେଶରେ ଲକ୍ଷ ଲକ୍ଷ କଫି ସପ ରହିଥିବା ବେଳେ ଥାର୍ଡ ୱେଭ କଫି ସପକୁ ନେଇ କାହିଁକି ହେଉଛି ଚର୍ଚ୍ଚା । କରୋନା ୨୦୨୦ ମସିହାରେ ଭାରତରେ ପ୍ରବେଶ କରିଥିବା ବେଳେ ଏହି କଫି ସପ କିନ୍ତୁ ୨୦୧୬ ରୁ ଆରମ୍ଭ ହୋଇଛି । ୨୦୧୬ ମସିହାରେ ବେଙ୍ଗାଲୋରରେ ପ୍ରଥମଥର ଏହି କଫିସପ ଖୋଲିଥିଲା । ଆଉ ଏବେ ସାରା ଦେଶରେ ଏହାର ୩୦ ରୁ ଅଧିକ ଆଉଟଲେଟ ରହିଛି । କଫିର ମାକେଟିଂ କରୁଥିବା ଅଧିକାରୀଙ୍କ ମୁତାବକ କରୋନା ସହ ଏହି କଫି ସପର କୌଣସି ସଂପର୍କ ନାହିଁ । ହେଲେ ଏହି କଫିସପର ନାମ ଥାର୍ଡ ୱେଭ କଫି ସପ ରଖାଯାଇଛି କାରଣ କଫି ଶିଳ୍ପରେ ତୃତୀୟ ବିପ୍ଳବ ଆଣିବା ହେଉଛି ଏହାର ଲକ୍ଷ୍ୟ ।

ମାର୍କେଟିଂ ଟିମର କହିବା ମୁତାବକ ଏହି କଫି ସପର ନାମକୁ ନେଇ ସୋସିଆଲ ମିଡିଆରେ ଯେଭଳି ଚର୍ଚ୍ଚା ହେଉଛି ଏଠାକୁ ଆସୁଥିବା ଗ୍ରାହକମାନଙ୍କ ମଧ୍ୟରେ ମଧ୍ୟ ସେତିକି ଉତ୍ସୁକତା ଦେଖିବାକୁ ମିଳୁଛି । ଏହାସହ କମ୍ପାନୀ ଆଗାମୀ ୧ ବର୍ଷ ମଧ୍ୟରେ ୧୫୦ ଆଉଟଲେଟ ଖୋଲିବାକୁ ଲକ୍ଷ୍ୟ ରଖିଥିବା ମାର୍କେଟିଂ ଟିମ୍ କହିଛନ୍ତି ।

ଏହି ନିଆରା କଫି ସପ ନାମ ସହିତ ନିଜର ଇଣ୍ଟେରିୟର ଡିଜାଇନ ଓ ପରିବେଶକୁ ନେଇ ବେସ ଚର୍ଚ୍ଚାରେ ରହିଛି । କଫି ସପ ଭିତରର ପରିବେଶ ବେସ୍ ଶାନ୍ତ, ସେଠାରେ ଆପଣ ଭିନ୍ନ ଭିନ୍ନ ପ୍ରକାର କଫିର ସ୍ୱାଦ ବି ପାଇପାରିବେ । ଏହାସହ ମାର୍କେଟିଂ ଟିମ୍ ମୁତାବକ ଆପଣ ଏଠାରେ କରୋନାର ତୃତୀୟ ଲହର ନେଇ କୌଣସି ପ୍ରକାର ଭୟଭିତ ହେବାର ଆଶଂକା ନାହିଁ । କାରଣ କରୋନା ସମସ୍ତ ନିୟମ ପାଳନ ସହିତ କଫି ସପ ଖୋଲାଯାଇଥାଏ ।