ନୂଆଦିଲ୍ଲୀରୁ ବାରାଣାସୀ ପର୍ଯ୍ୟନ୍ତ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ବୁଧବାର ଦିନ ପୁଣି ଥରେ ପଥରମାଡ ହୋଇଛି । ରେଳବାଇ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଏହା ତୃତୀୟ ଘଟଣା । ଏହି ଘଟଣା ସେତେବେଳେ ଘଟିଛି, ଯେତେବେଳେ ଗାଡି ଟୁଣ୍ଡଲା ଜଙ୍କସନ୍ ଅତିକ୍ରମ କରୁଥିଲା ।
ଗତ ୧୭ ତାରିଖରେ ବ୍ୟବସାୟିକ ଶୁଭାରମ୍ଭ ହୋଇଥିଲା । ଉତ୍ତର ରେଳବାଇର ମୁଖପାତ୍ର ଦୀପକ କୁମାର କହିଛନ୍ତି ଯେ ଆଜି ତୃତୀୟ ଥର ପାଇଁ ଟ୍ରେନ୍ଟି ଯାତ୍ରା ଆରମ୍ଭ କରିଥିବାବେଳେ ଏହା ଉପରକୁ ପଥର ମାଡ଼ ହୋଇଛି। ଉଲ୍ଲେଖଯୋଗ୍ୟ ଗତବର୍ଷ ଡିସେମ୍ବରରେ ଟ୍ରେନର ପରୀକ୍ଷାମୂଳକ ଚଳାଚଳ ସମୟରେ ମଧ୍ୟ ଏହି ଟ୍ରେନକୁ ପଥର ମାଡ଼ ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/2bcd5de8-6d4c-47e5-9996-57884a745b14.jpg)