ଭାରତ-ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜର ଆଜି ୪ର୍ଥ ମ୍ୟାଚ୍ । ବୁମରାଙ୍କ ବିନା ପଡିଆକୁ ଓହ୍ଲାଇବ ରୋହିତ ବାହିନୀ ।

63

କନକ ବ୍ୟୁରୋ: ବିନା ବୁମରାହରେ ଓହ୍ଲାଇବ ଟିମ୍ ଇଣ୍ଡିଆଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଆଜି ରାଂଚିରେ ଖେଳାଯିବ । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଖେଳାଯାଇଥିବା ୩ଟି ଟେଷ୍ଟରେ ୨-୧ରେ ଆଗୁଆ ରହିଛି । ଏଭଳି ସ୍ଥିତିରେ ଭାରତୀୟ ଦଳ ଆଜିଠାରୁ ଆରମ୍ଭ ହେବାକୁ ଥିବା ସିରିଜ୍ ଜିତିବାକୁ ଚାହିଁବ । ରାଞ୍ଚି ଟେଷ୍ଟରେ ଭାରତୀୟ ଦଳ ଯଦି ଇଂଲଣ୍ଡ ଦଳକୁ ପରାସ୍ତ କରେ, ତେବେ ଏହା ବାଜବଲ୍ ଯୁଗରେ ଇଂଲଣ୍ଡର ଐତିହାସିକ ପରାଜୟ ହେବ ।

ଏବେ ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ସିରିଜରେ ନିଜକୁ ବଜାୟ ରଖିପାରିବ କି ନାହିଁ ତାହା ଦେଖିବା ରୋଚକ ହେବ । ଭାରତ ବିପକ୍ଷରେ ଖେଳାଯାଉଥିବା ସିରିଜକୁ ଇଂଲଣ୍ଡ ବିଜୟ ସହ ଆରମ୍ଭ କରିଥିଲା । ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯାଇଥିଲା, ଯେଉଁଥିରେ ଭ୍ରମଣକାରୀ ଇଂଲଣ୍ଡ ୨୮ ରନ୍ ରେ ବିଜୟୀ ହୋଇଥିଲା । କିନ୍ତୁ ଏହାପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୧୦୬ ରନର ଚମତ୍କାର ବିଜୟ ହାସଲ କରି ୧-୧ ପଏଣ୍ଟରେ ସମାନ କରିଥିଲା । ତେବେ ଆଜି ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆ ଯଶପ୍ରୀତ ବୁମ୍ରାଙ୍କ ବିନା ପଡ଼ିଆରେ ଖେଳିବ ।