କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ଜିଲ୍ଲାରେ ମୌଳିକ ସୁବିଧାରୁ ବଂଚିତ ହୋଇଥିବା ଦାବି କରି ଭୋଟ ବର୍ଜନ କରିଛନ୍ତି ଲୋକେ । ମୟୂରଭଂଜ ଜିଲ୍ଲା ‘ଖ’ନୂଆ ପଂଚାୟତର ନୁରିସାହି ଗାଁର ଲୋକେ ମୌଳିକ ସୁବିଧାରୁ ବଂଚିତ ହୋଇଥିବା ଅଭିଯୋଗ କରି ଭୋଟ ବର୍ଜନ କରିଛନ୍ତି । ଗାଁରେ ସ୍କୁଲ, ପାଣି ସୁବିଧା, ରାସ୍ତା ଦାବି କରୁଥିଲେ ଗ୍ରାମବାସୀ, କିନ୍ତୁ ପ୍ରଶାସନ କିଛି ପଦକ୍ଷେପ ନେଇନଥିବାରୁ ଭୋଟ ଦେଇ ନାହାନ୍ତି । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ୭ ଖଣ୍ଡ ଗାଁର ଲୋକ ଭୋଟ ବର୍ଜନ କରିଛନ୍ତି ।

Advertisment

ଅଣ୍ଡ୍ରାହଲ ପଂଚାୟତର ୭ ଖଣ୍ଡ ପଡା ଗାଁରେ ବୁଥ ହୋଇନଥିବାରୁ ଭୋଟ ଦେଇନାହାନ୍ତି ଗ୍ରାମବାସୀ । ସେପଟେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନାରଦପୁର ପଂଚାୟତର ବଳଭଦ୍ରପୁର ଗ୍ରାମବାସୀ ୫ ଦଫା ଦାବିରେ ଭୋଟ ବର୍ଜନ କରିଛନ୍ତି । ସେହିପରି ହାଟଡିହି ବ୍ଲକ କବୋଲପାଳ ପଂଚାୟତର ୩ ନମ୍ବର ବୁଥରେ ବିକାଶ ହେଉନଥିବା ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଲୋକେ । ସେପଟେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ସାଲେଦମକି ଗାଁର ଲୋକେ ପଂଚାୟତ ନିର୍ବାଚନକୁ ବର୍ଜନ କରିଛନ୍ତି । ଗାଁରେ ଥିବା ସ୍କୁଲକୁ କାର୍ଯ୍ୟକ୍ଷମ କରିବା ଦାବିରେ ନିର୍ବାଚନରେ ଭାଗ ନେଇନାହାନ୍ତି ଗ୍ରାମବାସୀ ।