କନକ ବ୍ୟୁରୋ: ଗୁଜରାଟରେ କିଏ ଦେଖାଇବ ଦମ ? ମୋଦିଙ୍କ ଗଡରେ ବିଜେପି ସଫଳତା ଦୋହରାଇବ ନା କଂଗ୍ରେସ ପ୍ରତ୍ୟାବର୍ତନ କରିବ ? ଏଭଳି ଅନେକ ପ୍ରଶ୍ନ ସହ ପଶ୍ଚିମର ଏହି ଉପକୂଳବର୍ତ୍ତୀ ରାଜ୍ୟରେ କାଲି ୨୬ଟି ଆସନ ପାଇଁ ହେଉଛି ଭୋଟଗ୍ରହଣ । ୨୦୧୪ ସାଧାରଣ ନିର୍ବାଚନରେ ଗୁଜରାଟର ୨୬ଟି ଯାକ ଆସନରେ ବିଜେପି ଜିତିଥିଲା । ଏଥର କିନ୍ତୁ ଗୁଜରାଟରେ ରାଜନୈତିକ ସ୍ଥିତି ଭିନ୍ନ ।
୨୦୧୭ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିଲା କଂଗ୍ରେସ । ହାର୍ଦ୍ଦିକ ପଟେଲ, ଅଳ୍ପେଶ ଠାକୁର ଓ ଜିଗ୍ନେଶ ମୋୱାନୀଙ୍କ ସହାୟତା କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲା । ଏବେ ଏବେ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । କିନ୍ତୁ ୨୦୧୭ ଅପେକ୍ଷା କଂଗ୍ରେସ ଏବେ ସାମାନ୍ୟ ଦୁର୍ବର୍ଳ ହୋଇଛି । କିଛି ବିଧାୟକ ଓ ଅଳ୍ପେଶ ଠାକୁର କଂଗ୍ରେସ ଛାଡିସାରିଛନ୍ତି । ତାସତ୍ୱେ ସରକାର ବିରୋଧୀ ହାୱା, କୃଷକ ଅସନ୍ତୋଷ ଓ ପଟ୍ଟିଦାର ଆନ୍ଦୋଳନକୁ କେନ୍ଦ୍ରକରି କଂଗ୍ରେସ ଭଲ କରିବ ବୋଲି ଆଶା ରଖିଛି ।
BharatKhabar.comସେପଟେ ବିଜେପିର ଆଶା ହେଉଛି ମୋଦି ଲହର ଓ ଅମିତ ଶାହଙ୍କ ନିର୍ବାଚନ ମୈଦାନକୁ ଓହ୍ଲାଇବା । ମୋଦିଙ୍କ ନିଜ ଗୃହ ରାଜ୍ୟ ହେଉଛି ଗୁଜରାଟ । ଏହାଛଡା ବିଜେପି ସଭାପତି ଅମିତ ଶାହ ଗାନ୍ଧିନଗର ଆସନରୁ ନିର୍ବାଚନ ଲଢୁଛନ୍ତି । ତେଣୁ ବିଜେପି ଆଶା ରଖିଛି ମୋଦିଙ୍କ ସାହାରାରେ ବିଜେପି ନିର୍ବାଚନ ବୈତରଣୀ ପାର ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/MODI-RAHUL-1.jpg)
/kanak/media/post_attachments/wp-content/uploads/2019/04/khabar-odisha-Politics-odisha-Modi-1-5F3BB30D-BF35-497B-B55E-C9800BB1F2A8-300x162.png)