ସରିଲା ତୃତୀୟ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ : ବିଧାନସଭା ପାଇଁ ୩୯୯, ଲୋକସଭା ପାଇଁ ୬୯ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ

ଏପ୍ରିଲ ୨୩ରେ ୬ଟି ଲୋକସଭା ଏବଂ ୪୨ ଟି ବିଧାନସଭା ପାଇଁ ହେବ ମତଦାନ

114

କନକ ବ୍ୟୁରୋ : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ଶେଷ ଦିନରେ ବିଧାନସଭା ପାଇଁ ୧୮୬ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ୩୫ ଜଣ ପ୍ରାର୍ଥୀ ଲୋକସଭା ପାଇଁ ନାମାଙ୍କନ ଭରିଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୪୨ଟି ବିଧାନସଭା ଆସନ ପାଇଁ ମୋଟ ୩୯୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ୬ଟି ଲୋକସଭା ଆସନ ପାଇଁ ୬୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ଗତକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ୧୫ଜଣ ବିଧାନସଭା ପ୍ରାର୍ଥୀ ଏବଂ ୨ ଜଣ ଲୋକସଭା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ୪୨ ଟି ବିଧାନସଭା ପାଇଁ ଏବେ ସୁଦ୍ଧା ୩୩ ଜଣ ଏବଂ ୬ଟି ଲୋକସଭା ପାଇଁ ୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିିଛି ।

ଏପ୍ରିଲ ୨୩ରେ ୬ଟି ଲୋକସଭା ଏବଂ ୪୨ ଟି ବିଧାନସଭା ପାଇଁ ହେବ ମତଦାନ । ଓଡିଶାର ୧୪୭ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନ ପାଇଁ ଆସନ୍ତା ୧୧ ତାରିଖରୁ ନିର୍ବାଚନ ଆରମ୍ଭ ହେବ । ନିର୍ବାଚନ ପ୍ରଚାର ପାଇଁ ରାଜନୈତିକ ଦଳ ଗୁଡିକ ଜୋରସୋରରେ ଲାଗିଛନ୍ତି । ତିନିଟି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଜମୁଛି ପ୍ରଚାର ।