କନକ ବ୍ୟୁରୋ : ବିହାର ୨ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଶେଷ ପର୍ଯ୍ୟାୟ ନିର୍ବାଚନକୁ ଅପେକ୍ଷା କରିଛନ୍ତି ପ୍ରାର୍ଥୀ । ଶେଷ ପର୍ଯ୍ୟାୟ ନିର୍ବାଚନ ନଭେମ୍ବର ୭ ତାରିଖରେ ୭୮ ସିଟରେ ମତଦାନ ହେବ । ନିର୍ବାଚନକୁ ଆଉ ଦୁଇ ଦିନ ଥିବା ବେଳେ ଏହି ସବୁ ସିଟ ପାଇଁ ପ୍ରଚାର ଅଭିଯାନ ଜୋର ଧରିଛି । ଏହି ସିଟରେ ୧ ହଜାର ୨୦୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଏଥିରେ ଜେଡିୟୁ ସବୁଠାରୁ ଅଧିକ ସିଟରେ କବଜା କରିଛି ।
ବିହାରରେ ଶେଷ ପର୍ଯ୍ୟାୟରେ ୧୫ ଜିଲ୍ଲାରେ ନିର୍ବାଚନ ହେବ । ତେବେ ଏଥିରେ ୪୫ ରୁ ଅଧିକ ଭୋଟ ଯେଉଁ ଗଠବନ୍ଧନ ସପକ୍ଷରେ ଆସିବ ସେ ସରକାର ଗଠନ କରିବାର ଅଧିକ ସମ୍ଭାବନା ରହିଛି । ତେଣୁ ଏହି ପର୍ଯ୍ୟାୟ ପାଇଁ ଲଢେଇକୁ ଜୋରଦାର କରିଛନ୍ତି ରାଜନୈତିକ ଦଳ ।
କିଏ କେତେ ସିଟରେ ଲଢିବେ?
ଏହି ପର୍ଯ୍ୟାୟରେ ୭୮ ସିଟ ପାଇଁ ଲଢେଇ ହେବ । ଏଥିରେ ଆରଜେଡି ସର୍ବାଧିକ ୪୬ ସିଟରେ ଲଢୁଛି, କଂଗ୍ରେସ ୨୫ ସିଟରେ ନିର୍ବାଚନ ଲଢିବ । ସେହିପରି ଏନଡିଏ ତରଫରୁ ଜେଡିୟୁ ୩୭ ଓ ବିଜେପି ୩୫ ସିଟ ପାଇଁ ଏହି ନିର୍ବାଚନ ଲଢିବ । ତେବେ ଏଥିରେ ଜେଡିୟୁ ଅଧିକା ସିଟ ଉପରେ କବଜା କରିବାର ସମ୍ଭାବନା ରହିଛି ।
କାହା କବଜାରେ କେତେ ସିଟ?
ଏହି ୭୮ ସିଟ ଉପରେ ସବୁଠାରୁ ଅଧିକ କବଜା ନୀତିଶ କୁମାରଙ୍କ ପାର୍ଟିର ରହିଛି । ୨୦୧୫ରେ ମହାଗଠବନ୍ଧନ ସହ ରହି ଜେଡିୟୁ ୧୭.୩୧ ପ୍ରତିଶତ ଭୋଟ ସହ ୨୩ ସିଟ ଜିତିଥିଲା । ସେହିପରି ଆରଜେଡି ୧୬.୩୦ ପ୍ରତିଶତ ଭୋଟ ପାଇ ୨୦ ସିଟରେ ବିଜୟୀ ହୋଇଥିଲା । କଂଗ୍ରେସ ୮.୩୮ ପ୍ରତିଶତ ଭୋଟରେ ୧୧ଟି ସିଟରେ ବିଜୟୀ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/tejashwi-yadav-nitish-kumar.jpg)