ତୃତୀୟ ପର୍ଯ୍ୟାୟ ପାଇଁ କାଲି ସରୁଛି ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ଶେଷ ସୁଯୋଗ, ମତଦାତାଙ୍କୁ ମନାଇବା ପାଇଁ ଚାଲିଛି ପ୍ରାର୍ଥୀଙ୍କ କସରତ । 

105

କନକ ବ୍ୟୁରୋ: ପ୍ରଚାର ମୈଦାନରେ କାଲି ଶେଷ ସୋ’କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଜୋର ଧରିଛି ପ୍ରଚାର । ପୁରା ଦମ ଲଗାଇଦେଇଛନ୍ତି ନେତା । ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ମାତିଛନ୍ତି ପ୍ରଚାର ଅଭିଯାନ । ରାଲି, ଶୋଭାଯାତ୍ରାରେ ଜନତାଙ୍କ ପାଖରେ ପହଂଚିବା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରୟାସ । ଦେଖନ୍ତୁ କେମିତି ଥିଲା ଦିନ ତମାମ ନେତାଙ୍କ ପ୍ରଚାର ।

ନିର୍ବାଚନ ପାଖଉଛି ଆଉ ଗରମ ହେଉଛି ରାଜନୈତିକ ମାହୋଲ । ଖଣ୍ଡପଡାରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ । ବାଇକ ରାଲି, ଶୋଭାଯାତ୍ରାରେ ଜନତାଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି ସୌମ୍ୟରଂଜନ । କର୍ମୀ ଓ ସମର୍ଥକଙ୍କ ସହ ଜନତାଙ୍କ ମନ ଜିଣିବା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରୟାସ ।

ସେହିପରି ହାତରେ ଆଉ କମ୍ ସମୟ ଥିବା ଯୋଗୁଁ ପ୍ରଚାରରେ ଲାଗି ପଡିଛନ୍ତି ବାଲେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ୧୯ ବର୍ଷ ମଧ୍ୟରେ ବିଜେଡି ସରକାର କଣ କରିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରତାପ ଷଡଙ୍ଗୀ । ସେହିଭଳି ବିଜେଡି ବିଧାୟକ ପ୍ରାର୍ଥୀ ଡକ୍ଟର ରାଶେଶ୍ୱରୀ ପାଣିଗ୍ରାହୀ ନିଜ ସମର୍ଥକଙ୍କ ସହ ଘରକୁ ଘରକୁ ବୁଲୁଛନ୍ତି, ଭୋଟ ମାଗୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରୁଛନ୍ତି ରାଶେସ୍ୱରୀ ।

ସମ୍ବଲପୁରରେ ପ୍ରଚାର ମୈଦାନରେ ସାମିଲ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ ଓ ଅଭିନେତା ଅଫତାବ ଶିବଦାଶନୀ  । ରେଙ୍ଗାଲୀ ବିଜେଡି  ବିଧାୟକ ପ୍ରାର୍ଥୀ ରୀନା ତନ୍ତୀ ଓ ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ରୋଡ ସୋ କରିବା ସହ ଜନସଭାରେ ଭୋଟ ମାଗିଛନ୍ତି  । ଯାଜପୁରର ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ନବୀନଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନାକୁ ପାଥେୟ କରି ଭୋଟ ମାଗୁଛନ୍ତି ପ୍ରଣବ । ସେହିପରି ବାଲେଶ୍ୱରରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀ । କଂଗ୍ରେସର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ଜଳେଶ୍ୱର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ ଏକ ବିଶାଳ ରୋଡ ସୋରେ କରିଛନ୍ତି ଶକ୍ତି ପ୍ରଦର୍ଶନ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପ୍ରତିଶ୍ରୁତିକୁ ଆଧାର କରି ଭୋଟ ମାଗିଛନ୍ତି ଦୁଇ ନେତା ।

ସେପଟେ ଚାନ୍ଦବାଲିରେ ବିଜେଡିର ଭଦ୍ରକ ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳଙ୍କ ପାଇଁ ପ୍ରଚାର କରିଛନ୍ତି ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ । ଲୋକଙ୍କ ପାଖକୁ ଯାଇ ଭୋଟ ପାଇଁ ନିବେଦନ କରିଛନ୍ତି । କଟକ-ବାରବାଟୀ ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ଦେବାଶିଷ୍ ସାମନ୍ତରାୟ ପ୍ରଚାରକୁ ଜୋରଦାର କରିଛନ୍ତି । ନିଜର ସମର୍ଥକଙ୍କ ସହ ଯାଇ ଘର ଘର ବୁଲି ପ୍ରଚାର କରୁଛନ୍ତି । କଟକ -ଚୌଦ୍ୱାର ଆସନରୁ ନିର୍ବାଚନ ଲଢ଼ୁଥିବା ସୌଭିକ୍ ବିଶ୍ୱାଳ ବାପା ପ୍ରଭାତ ବିଶ୍ୱାଳଙ୍କ ସହ ଯାଇ ପ୍ରଚାର କରୁଛନ୍ତି । ବାଙ୍କିରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଜନତାଙ୍କ ପାଖରେ ପହଂଚିବା ପାଇଁ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ପ୍ରାର୍ଥୀ ।