ଆଜି ତୃତାୟ ପର୍ଯ୍ୟାୟ ନିର୍ବାଚନ ! ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପଡିବ ଭୋଟ

ଆଜି ତୃତାୟ ପର୍ଯ୍ୟାୟ ନିର୍ବାଚନ ! ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ପଡିବ ଭୋଟ

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ମଙ୍ଗଳବାର ସକାଳ ୭ଟାରୁ ପୁରୀ, ଭୁବନେଶ୍ବର, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଏଭଳି ୬ଟି ଲୋକସଭା ଓ  ୪୨ ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୪୧୭ ପ୍ରାର୍ଥୀଙ୍କ ସଂପର୍କରେ ଭୋଟର ତାଙ୍କ ରାୟ ଶୁଣାଇବେ। ପାଖାପାଖି ୯୨ଲକ୍ଷ ଭୋଟର ଏହି ନିର୍ବାଚନରେ ସାମିଲ ହେବେ । ରାଜ୍ୟ ରାଜନୀତିର ପାଖାପାଖି ୫୦ରୁ ଅଧିକ ତୁଙ୍ଗ ନେତା, ପୂର୍ବତନ ପ୍ରଶାସକ, ଚଳଚ୍ଚିତ୍ର ତାରକାଙ୍କ ଭାଗ୍ୟ କଣ ହେବ, ତାହାକୁ ନେଇ ସମଗ୍ର ରାଜ୍ୟରେ ଉତ୍କଣ୍ଠା ଲାଗି ରହିଛି।

publive-image image courtesy - www.businesstoday.in

ଅନ୍ୟପକ୍ଷରେ ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିସନ କିଛି ଅତିରିକ୍ତ ପଦକ୍ଷେପ ନେଇଛନ୍ତି। ପୂର୍ବ ପର୍ଯ୍ୟାୟରେ ଦେଖାଦେଇଥିବା ଇଭିଏମ ଓ ଭିଭିପାଟ ତ୍ରୁଟିର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ୪୨ଟି ବିଧାନସଭାର ୧୦ ହଜାର ୪୬୪ଟି ପୋଲିଂ ବୁଥରେ ନିର୍ବାଚନ କରିବା ପାଇଁ ମୋଟ ୬୮ ହଜାର ୪୨୨ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

publive-imageସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଏହି ପର୍ଯ୍ୟାୟରେ ୧୦ଟି ଜିଲ୍ଲା ଯଥା ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ଭିତରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ, ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଓ ୧ ହଜାର ୧୬୩ ଜଣ ଅନ୍ୟାନ୍ୟ ଭୋଟର ସାମିଲ ଅଛନ୍ତି।

ନିର୍ବାଚନ ପାଇଁ ପାଖାପାଖି ୩୯୫ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ ହୋଇଛନ୍ତି। ପୂର୍ବରୁ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ବାରା ସମ୍ପୂର୍ଣ୍ଣ ଭାବେ ପରିଚାଳିତ ପିଙ୍କ୍ ବୁଥର ନାମ ବଦଳାଇ ମହିଳା ପୋଲିଂ ଷ୍ଟେସନ ଭାବେ ଗଣାଯିବ। ସେଥିପାଇଁ ତୃତୀୟ ପର୍ଯ୍ୟାୟରେ ୩୮ଟି ମହିଳା ପୋଲିଂ ଷ୍ଟେସନ କରାଯାଇଛି। ଯେଉଁଠିକି ଶତପ୍ରତିଶତ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe