କନକ ବ୍ୟୁରୋ : ସମ୍ବଲପୁରରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ମୋଟ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ନିର୍ବାଚନ ହେଉଛି । ବିଭିନ୍ନ ଦଳର ନେତା ନିଜ ନିର୍ବାଚନ ପ୍ରଚାର ସାରିଛନ୍ତି । କେବଳ ଅପେକ୍ଷା ରହିଛି ଜନତାଙ୍କ ରାୟକୁ । ସମ୍ବଲପୁର ନିର୍ବାଚନମଣ୍ଡଳି ଉପରେ ରାଜ୍ୟର ଆଗଧାଡିର ନେତାଙ୍କ ରହିଛି ନଜର । କାରଣ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଜିଲ୍ଲା ଭାବରେ ସମ୍ବଲପୁର ପରିଗଣତି ହୋଇଛି । ଚଳିତଥର ଶାସକଦଳ ତଥା ବିଜେଡି ପକ୍ଷରୁ ପୂର୍ବତନ ପ୍ରଶାସକ ନଳୀନ ପ୍ରଧାନ  ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ଟକ୍କର ଦେବା ପାଇଁ ବିଜେପି ନୀତେଶ ଗଙ୍ଗଦେବଙ୍କୁ ଦଳ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ବିଭିନ୍ନ ଦଳର ନେତା ସମ୍ବଲପୁରରେ ଦଳର ତୁଙ୍ଗ ନେତାଙ୍କ ପାଇଁ ବିଭିନ୍ନ ଦଳର ବଡ ବଡ ନେତା ପ୍ରଚାର ମଙ୍ଗ ଧରିଥିଲେ । ଏପରି ନୀତେଶଙ୍କ ପାଇଁ ତାଙ୍କ ଧର୍ମପତ୍ନୀ ମଧ୍ୟ ପ୍ରଚାର କରିଥିବା ନଜର ରହିଛି । ବିଭିନ୍ନ ପ୍ରତିଶୃତି ସହ ଭୋଟରଙ୍କ ମନ ଜିଣିବା ପାଇଁ ଚେଷ୍ଟା କରିଛନ୍ତି ନେତା । ହେଲେ ପ୍ରକୃତରେ କାହା ଉପରେ ଭୋଟର ବିଶ୍ୱାସ ରଖିବେ ତାହା ଉପରେ ରହିଛି ନଜର ।
Advertisment
ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୨ ଲକ୍ଷ ୯୭ ହଜାର ୦୯୮
- ମତ ଦେଇଥିଲେ – ୯ ଲକ୍ଷ ୮୪ ହଜାର ୬୯୭
- ଭୋଟଦାନ ହାର – ୭୫.୯୨%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ନଗେନ୍ଦ୍ର ପ୍ରଧାନ ବିଜେଡି       ୩୫୮୬୧୮ ୩୬.୪୩% ବିଜୟୀ
ଅମରନାଥ ପ୍ରଧାନ କଂଗ୍ରେସ ୨୪୨୧୩୧ ୨୪.୦୬% ପରାସ୍ତ
ସୁରେଶ ପୂଜାରୀ ବିଜେପି ୩୨୮୦୪୨ ୩୩.୩୩% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ନଗେନ୍ଦ୍ର କୁମାର ପ୍ରଧାନ ନିର୍ବାଚନ ଜିତିଥିଲେ
- ୩ ଲକ୍ଷ ୫୮ ହଜାର ୬୧୮ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ପରାସ୍ତ କରିଥିଲେ
- ୩୦ହଜାର ୫୭୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୧୯ର ଲଢେଇ
ବିଜେଡି: ନଳୀନି ପ୍ରଧାନ
କଂଗ୍ରେସ: ଶରତ ପଟ୍ଟନାୟକ
ବିଜେପି: ନୀତେଶ ଗଙ୍ଗଦେବ
୨୦୧୯--ବିଜେଡି: ନଳୀନି ପ୍ରଧାନ
- ପୂର୍ବତନ ପୂର୍ତ ସଚିବ
- ଚାକିରିରୁ ରାଜନୀତି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
୨୦୧୯-- କଂଗ୍ରେସ: ଶରତ ପଟ୍ଟନାୟକ
- ପୂର୍ବତନ ସାଂସଦ ( ୧୯୯୧ ଏବଂ ୧୯୯୬ )
- ପୂର୍ବତନ ପିସିସି ସଭାପତି
- ଏଆଇସିସି ସମ୍ପାଦକ
- ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି
୨୦୧୯--ବିଜେପି: ନୀତେଶ ଗଙ୍ଗଦେବ
- ୩ଥର ବିଧାୟକ
- ୨୦୧୪ରେ ବିଜେପିରେ ସାମିଲ
- ରାଜପରିବାର ସଦସ୍ୟ
ମୈଦାନରେ ମହିଳା ପ୍ରାର୍ଥୀ
- କେହି ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
- ସମ୍ବଲପୁର, ରେଙ୍ଗାଲି, ରେଢାଖୋଲ, କୁଚିଣ୍ଡା, ଦେବଗଡ, ଛେଣ୍ଡିପଦା ଓ ଆଠମଲ୍ଲିକକୁ ନେଇ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ
- ସମ୍ବଲପୁର, ରେଢାଖୋଲ, ରେଙ୍ଗାଲି,  ଛେଣ୍ଡିପଦା ଏବଂ ଆଠମଲ୍ଲିକ ବିଜେଡି ଦଖଲରେ  ରହିଛି ।
- କୁଚିଣ୍ଡା ଏବଂ ଦେବଗଡ ବିଜେପି ଦଖଲରେ ରହିଛି ।
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ନଳୀନି ପ୍ରଧାନ ଚାକିରିରୁ ରାଜନୀତିକୁ ଆସିଥିବା ବେଳେ ରାଜ୍ୟ ପୂର୍ତ ବିଭାଗର ସଚିବ ଥିଲେ
- ଦୁଇ ଦୁଇଥରର ସାଂସଦ, ପୂର୍ବତନ ପିସିସି ସଭାପତି ଶରତ ପଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ
- ୩ଥରର ବିଧାୟକ ଏବଂ ରାଜପରିବାରର ସଦସ୍ୟ ନିତେଶ ଗଙ୍ଗଦେବ ହୋଇଛନ୍ତି ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ
ସମ୍ବଲପୁର ଲୋକସଭା ଆସନ
- ୧୯୫୨ ନିର୍ବାଚନ ପୂର୍ବରୁ ନିର୍ବାଚନମଣ୍ଡଳୀ ଗଠିତ
- କଂଗ୍ରେସ ଓ ବିଜେଡିର ଦବଦବା ରହିଛି
- କଂଗ୍ରେସରୁ କୃପାସିନ୍ଧୁ ଭୋଇ ୪ଥର ସାଂସଦ
- ବିଜେଡିରୁ ପ୍ରସନ୍ନ ଆଚାର୍ଯ୍ୟ ୩ଥର ସାଂସଦ