ପୁରୀର ନେତା ହେବ କିଏ ? ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କେଉଁ ନେତା ମନ ଜିତିବେ ଜନତାଙ୍କର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି

570
କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ଚଳିତ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୬ ଲୋକସଭା ଓ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ହେଉଛି । ତେବେ ପୁରୀ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଚଳିତଥର ବିଜେଡି ନିଜର ପୁରୁଣା ନେତା ପିନାକୀ ମିଶ୍ରଙ୍କୁ ପୁଣି ଥରେ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେପି ନିଜର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛି । ତେବେ କଂଗ୍ରେସ ମଧ୍ୟ ପଛରେ ନାହିଁ, ଦଳ ପୁରୀରେ ଏଥର ସତ୍ୟ ପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଛି । ତିନି ଦଳର ନେତାମାନେ ଅନେକ ଦିନ ତଳୁ ହିଁ ପୁରୀରେ ଲୋକମାନଙ୍କ ସହ ମିଶିବା ସହ ନିଜକୁ ଆଶୀର୍ବାଦ ଦେବା ପାଇଁ କହୁଥିଲେ । ତେବେ ଆଜିର ନିର୍ବାଚନରେ ଭୋଟର ନିଜର ନେତା ବାଛିବେ । କିଏ ସେମାନଙ୍କ ପ୍ରିୟ ନେତା ସେହି ପ୍ରାର୍ଥୀଙ୍କୁ ହିଁ ସେମାନେ ଭୋଟ ଦେବେ । କେବଳ ଅପେକ୍ଷା ରହିଛି ମେ’ ୨୩ କୁ । ସେହିଦିନ ହିଁ ଜଣାପଡିବ ପୁରୀ ଭୋଟ କାହାକୁ ନିଜର ନେତା ବାଛୁଛନ୍ତି ।
ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ
୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧୪ ଲକ୍ଷ ୨ ହଜାର ୩୦୮
– ମତ ଦେଇଥିଲେ – ୧୦ ଲକ୍ଷ ୩୯ ହଜାର ୪୮୭
– ଭୋଟଦାନ ହାର – ୭୪.୦୧%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପୀନାକି ମିଶ୍ର ବିଜେଡି       ୫୨୩୧୬୧ ୫୦.୩୩% ବିଜୟୀ
ସୁଚରିତା ମହାନ୍ତି କଂଗ୍ରେସ ୨୫୯୮୦୦ ୨୫.୦୦% ପରାସ୍ତ
ଅଶୋକ ସାହୁ ବିଜେପି ୨୧୫୭୬୩ ୨୦.୭୬% ପରାସ୍ତ
କିଏ ମାରିଥିଲା ବାଜି?
– ବିଜେଡିର ପୀନାକି ମିଶ୍ର ନିର୍ବାଚନ ଜିତିଥିଲେ
– ୫ ଲକ୍ଷ ୨୩ ହଜାର ୧୬୧ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ସୁଚରିତା ମହାନ୍ତିଙ୍କୁ ପରାସ୍ତ କରିଥିଲେ
– ୨ ଲକ୍ଷ ୬୩ ହଜାର ୩୬୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୧୯ର ଲଢେଇ
ବିଜେଡି: ପୀନାକି ମିଶ୍ର
କଂଗ୍ରେସ: ସତ୍ୟପ୍ରକାଶ ନାୟକ
ବିଜେପି: ସମ୍ବିତ ପାତ୍ର
୨୦୧୯–ବିଜେଡି: ପୀନାକି ମିଶ୍ର
– ୩ଥର ସାଂସଦ
– ୧୯୯୬ରେ କଂଗ୍ରେସରୁ ସାଂସଦ
– ୨୦୦୯ ଏବଂ ୨୦୧୪ରେ ବିଜେଡିରୁ ସାଂସଦ
– ସୁପ୍ରିମକୋର୍ଟ ଆଇନଜୀବୀ
୨୦୧୯– କଂଗ୍ରେସ: ସତ୍ୟପ୍ରକାଶ ନାୟକ
– କଂଗ୍ରେସର ନୂଆ ଚେହେରା
– ରାଜ୍ୟ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ
– ପରିଚିତ ସାମ୍ବାଦିକ
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି
୨୦୧୯–ବିଜେପି: ସମ୍ବିତ ପାତ୍ର
– ଡାକ୍ତରରୁ ରାଜନୀତି
– ବିଜେପିର ଜାତୀୟ ମୁଖପାତ୍ର
– ଟିଭି ଡିବେଟ୍ର ଚର୍ଚ୍ଚିତ ବ୍ୟକ୍ତି
– ପ୍ରଥମଥର ଲୋକସଭା ପ୍ରାର୍ଥୀ
ନିର୍ବାଚନ ମଣ୍ଡଳୀ ତଥ୍ୟ
– ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡକୁ ନେଇ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ
– ବ୍ରହ୍ମଗିରି, ପୁରୀ, ପିପିଲି, ରଣପୁର, ନୟାଗଡ ବିଜେଡି ଦଖଲରେ ରହିଛି ।
– ସତ୍ୟବାଦୀରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।
– ଚିଲିକା ବିଜେପି ଦଖଲରେ ରହିଛି ।
– ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
– ପୀନାକି ମିଶ୍ର ୩ଥର ସାଂସଦ ( ଥରେ କଂଗ୍ରେସ, ୨ଥର ବିଜେଡି )
– ବ୍ରଜକିଶୋର ତ୍ରିପାଠୀ ୪ଥର ସାଂସଦ