କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ମୋଟ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ନିର୍ବାଚନ ହେବା ପାଇଁ ଯାଉଛି । ଏହି ଆସନଗୁଡିକ ମଧ୍ୟରେ ରହିଛି ଢେଙ୍କାନାଳ । ଚଳିତ ନିର୍ବାଚନରେ ବିଭିନ୍ନ ଦଳର ଟାଣୁଆ ନେତା ମୈଦାନରେ ଅଛନ୍ତି । ଚଳିତଥର କଂଗ୍ରେସ ପକ୍ଷରୁ ବ୍ରିଗେଡିୟର କେପି ସିଂଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ନିଜର ପ୍ରାର୍ଥୀ କରିଛି ରୁଦ୍ର ନାରାୟଣ ପାଣିଙ୍କୁ । ତେବେ ଶାସକ ଦଳ ବିଜେଡି ମଧ୍ୟ ପଛରେ ନାହିଁ । ଦଳ ଚଳିତଥର ଏହି ଆସନରେ ଲୋକସଭା ପ୍ରାର୍ଥୀ ବଦଳାଇଛି । ତଥାଗତଙ୍କ ବଦଳରେ ଦଳ ମହେଶ ସାହୁଙ୍କୁ ନିର୍ବାଚନ ଋଣଭୂମିକୁ ଓହ୍ଲାଇଛି । ଜିଲ୍ଲାରେ ଥିବା ସମସ୍ୟାର ସମାଧାନକୁ ପ୍ରସଙ୍ଗ କରି ତିନି ଦଳର ନେତା ଭୋଟରଙ୍କ ମନ ଜିଣିବା ପାଇଁ ଚେଷ୍ଟା କରୁଛନ୍ତି । ହେଲେ, ଆଜି ନିର୍ବାଚନ ଆଉ ଜନତା ଅର୍ଥାତି ଭୋଟର ହିଁ ତେୟାର କରିବେ ଢେଙ୍କାନାଳର ରାଜା କିଏ? ଏତେ ଦିନର ପ୍ରଚାର ପରେ ସବୁ ନିର୍ଭର କରେ ଜନତା ଜନାର୍ଦ୍ଦନଙ୍କ ଉପରେ । ତେବେ ଜାଣନ୍ତୁ ଏହି ନିର୍ବାଚନମଣ୍ଡଳି ସମ୍ପର୍କରେ କିଛି ତଥ୍ୟ...
ଢ଼େଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧୦ ଲକ୍ଷ ୪୨ ହଜାର ୧୧୧
- ମତ ଦେଇଥିଲେ – ୧୦ ଲକ୍ଷ ୨୮ ହଜାର ୮୯୬
- ଭୋଟଦାନ ହାର – ୭୬.୪୩%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ତଥାଗତ ସତପଥୀ ବିଜେଡି ୪୫୩୨୭୭ ବିଜୟୀ
ସୁଧିର କୁମାର ସାମଲ କଂଗ୍ରେସ ୨୧୩୭୯୪ ପରାସ୍ତ
ରୁଦ୍ରନାରାୟଣ ପାଣି ବିଜେପି ୩୧୫୯୩୭ ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ତଥାଗତ ସତପଥୀ ନିର୍ବାଚନ ଜିତିଥିଲେ
- ୪ ଲକ୍ଷ ୫୩ ହଜାର ୨୭୭ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ପରାସ୍ତ କରିଥିଲେ
- ୧ ଲକ୍ଷ ୩୭ ହଜାର ୩୪୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୧୯ର ଲଢେଇ
ବିଜେଡି: ମହେଶ ସାହୁ
କଂଗ୍ରେସ: ବ୍ରିଗେଡିୟର କେପି ସିଂଦେଓ
ବିଜେପି: ରୁଦ୍ରନାରାୟଣ ପାଣି
୨୦୧୯--ବିଜେଡି: ମହେଶ ସାହୁ
- ୨୦୧୪ରେ ପାଲଲହଡାରୁ ବିଧାୟକ
- ପ୍ରଥମଥର ପାଇଁ ସାଂସଦ ପ୍ରାର୍ଥୀ
- ତଥାଗତ ସତପଥୀ ଓହରିବା ପରେ ମହେଶଙ୍କୁ ଟିକେଟ୍
- ବିଜେପିରୁ ବିଜେଡିକୁ ଆସିଛନ୍ତି
୨୦୧୯-- କଂଗ୍ରେସ: ବ୍ରିଗେଡିୟର କେପି ସିଂଦେଓ
- ୬ଥର ସାଂସଦ
- ପୂର୍ବତନ ପିସିସି ସଭାପତି ( ୨୦୦୯ )
- ରାଜପରିବାର ସଦସ୍ୟ
- ୧୫ ବର୍ଷ ପରେ ରାଜନୀତିକୁ ଫେରିଲେ
- ୨୦୦୪ରେ ପରାଜୟ ପରେ ଆଉ ଲଢିନଥିଲେ
୨୦୧୯--ବିଜେପି: ରୁଦ୍ରନାରାୟଣ ପାଣି
- ବିଜେପିର ବରିଷ୍ଠ ନେତା
- ପୂର୍ବତନ ରାଜ୍ୟସଭା ସାଂସଦ
- ୪ଥର ସାଂସଦ ନିର୍ବାଚନ ଲଢି ପରାଜିତ
- ଢେଙ୍କାନାଳର ଲୋକପ୍ରିୟ ନେତା
ମୈଦାନରେ ମହିଳା ପ୍ରାର୍ଥୀ
- କେହି ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
-ଅନୁଗୁଳ, ତାଳଚେର, ଢେଙ୍କାନାଳ, ହିନ୍ଦୋଳ, ପରଜଙ୍ଗ, କାମାକ୍ଷାନାଗର, ପାଲଲହଡାକୁ ନେଇ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ ।
- ସବୁ ବିଧାନସଭା ବିଜେଡି ଦଖଲରେ ରହିଛି ।
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ମହେଶ ସାହୁ ଗତ ନିର୍ବାଚନରେ ପାଲଲହଡାରୁ ବିଧାୟକ ହୋଇଥିଲେ
- କଂଗ୍ରେସ ପ୍ରାର୍ଥୀ ବ୍ରିଗେଡିୟର କେପି ସିଂଦେଓ ୬ଥର ସାଂସଦ ଏବଂ ପୂର୍ବତନ ପିସିସି ସଭାପତି
- ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି
ଢେଙ୍କାନାଳ ଲୋକସଭା ଆସନ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- କଂଗ୍ରେସର ଦବଦବା ରହିଥିଲା
- କାମାକ୍ଷାପ୍ରସାଦ ସିଂଦେଓ ୬ ଥର ସାଂସଦ
- ବିଜେଡିର ତଥାଗତ ସତପଥୀ ୪ଥର ସାଂସଦ
- ବିଜେପି କେବେବି ଜିତିନାହିଁ