କନକ ବ୍ୟୁରୋ : ଦେଶରେ କରୋନା ଭୂତାଣୁ ବିରୋଧରେ ଦିଆଯାଉଥିବା ଟିକାର ତୃତୀୟ ଡୋଜ ପାଇଁ ପ୍ରସ୍ତୁତି ଚାଲିଛି । ଏହି ତୃତୀୟ ଡୋଜକୁ ବୋଷ୍ଟର ଡୋଜ କୁହାଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କ ଏକ ଟିମ୍ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ତୃତୀୟ ଡୋଜକୁ ଅନୁମତି ଦେଇଛି । ଏହି ବୋଷ୍ଟର ଡୋଜ ଦ୍ୱିତୀୟ ଡୋଜ ନେବାର ୬ ମାସ ପରେ ଦିଆଯିବ । ଏହି ବୋଷ୍ଟର ଡୋଜ କରୋନାର ନୂଆ ଭାରିଏଣ୍ଟକୁ ରୋକିବା ସହ ନୂଆ ଷ୍ଟନକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଇଛି ।

Advertisment

ବିଶେଷଜ୍ଞ ଟିମ୍ କହିଛନ୍ତି କି ଭାରତବାୟୋଟେକ୍ ପ୍ରସ୍ତୁତ କରିଥିବା ବୋଷ୍ଟର ଡୋଜକୁ ପ୍ରଥମେ ସ୍ୱେଚ୍ଛାସେବୀ ମାନଙ୍କୁ ଦେଉ (ଯେଉଁମାନେ କି ପ୍ରଥମେ କ୍ଲିନିକାଲ ଟ୍ରାଏଲରେ ଭାଗ ନେଇଥିଲେ) । ଭାରତ ବାୟୋଟେକ୍ ସରକାର ପାଖରେ ପ୍ରସ୍ତାବ ରଖିଥିଲା କି, ଏହି ତୃତୀୟ ଡୋଜ ଟିକା ନେବା ପରେ ମଣିଷ ଶରୀରରେ କିଛିବର୍ଷ ପାଇଁ ରୋଗପ୍ରତିରୋଧକ ଶକ୍ତି ବଢିବ । ଏହାପରେ ବିଶେଷଜ୍ଞ ଟିମ୍ ଏହି ଟିକାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

ଭାରତ ବାୟୋଟେକର ପ୍ରସ୍ତାବ ପରେ ସବଜେକ୍ଟ ଏକସ୍ପର୍ଟ କମିଟି (ଏସଇସି) କହିଛି କି ବୋଷ୍ଟର ଡୋଜର ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ବେଳେ ଭାଗ ନେଇଥିବା ସ୍ୱେଚ୍ଛାସେବୀ ମାନଙ୍କ ଉପରେ କରାଯାଉ । କହିରଖୁ କି ବୋଷ୍ଟର ଡୋଜ ସେହିମାନଙ୍କୁ ଦିଆଯିବ ଯେଉଁମାନଙ୍କୁ କୋଭାକ୍ସିନର ଦ୍ୱିତୀୟ ଡୋଜ ଗତବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ଦିଆଯାଇଛି ।