କନକ ବ୍ୟୁରୋ: ମାଲକାନିଗିରି ମୋଟୁ ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ମାମଲା । ଏସଆଇ ସୋମନାଥ ଦଳବେହେରାଙ୍କର ହେଲା ବଦଳି । ସୋମନାଥଙ୍କୁ ସଦର ମହକୁମା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ଏସପି । ତେବେ ଚୋରି ମାମଲାରେ ଅଭିଯୁକ୍ତଙ୍କୁ ୪ ଦିନ ଥାନାରେ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ସମ୍ପୃକ୍ତ ଏଏସଆଇଙ୍କୁ ବଦଳି କରାଯାଇଛି ।
ତେବେ ସମ୍ପୂର୍ଣ୍ଣ ଘଟଣା ଥିଲା କିଛି ଏପରି, ମାଲକାନଗିରି ମୋଟୁ ଥାନା ଅନ୍ତର୍ଗତ ଏମପିଭି ୮୨ ଗାଁରେ ଏକ ଚୋରି ଘଟଣାକୁ କେନ୍ଦ୍ର କରି ଗତ ବୁଧବାର ଦିନ ଖାପ ପଞ୍ଚାୟତ ବସିଥିଲା । ୨ ଯୁବକ ବିପ୍ଳବ ହାଲଦାର ଓ ବିଶ୍ୱଜିତ ବିଶ୍ୱାସଙ୍କୁ କୋଟପାଡ ଓ ଆନ୍ଧ୍ରରେ ଦାଦନ ଖଟୁଥିବା ବେଳେ ସେମାନଙ୍କୁ ଡାକି ଖାପ ପଞ୍ଚାୟତରେ ହାଜର କରାଯାଇଥିଲା । ଖାପ ପଞ୍ଚାୟତରେ ମାମଲାର ସମାଧାନ ନହେବାରୁ ପୁଲିସକୁ ଖବର ଦେଇଥିଲେ ଗାଁର ବଡପଣ୍ଡାମାନେ । ବଡବଡିଆଙ୍କୁ କଥା ଶୁଣି ପୁଲିସ ଗତ ଗୁରୁବାର ଦିନ ସକାଳୁ ୨ ଯୁବକଙ୍କୁ ମୋଟୁ ଥାନାକୁ ୪ ରାତି ନିସ୍ତୁକ ମାଡ ମାରିବା ସହ ମୁଣ୍ଡପିଛା ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ବିନା କୌଣସି ଏଫଆଇଆରରେ ୨ ଜଣ ଯୁବକଙ୍କୁ କାହିଁକି ୪ ଦିନ ଥାନାରେ ଅଟକ ରଖି ନିର୍ଯାତନା ଦିଆଗଲା ବୋଲି ପଚରାଯାଇଥିବା ପ୍ରଶ୍ନର ଅଜବ ଉତ୍ତର ରଖିଛନ୍ତି ମୋଟୁ ଆଇଆଇସି । ଗାଁ ଲୋକ ମାଡ ମାରୁ ଥିବା ବେଳେ ପୋଲିସ ଉଦ୍ଧାର କରିଥିବା କହିଛନ୍ତି ମୋଟୁ ଆଇଆଇସି ଅଶୋକ ବିଶୋଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/29-2.jpg)