କନକ ବ୍ୟୁରୋ : ଚୋରି ମାମଲାରେ ଜଣଙ୍କୁ ସନ୍ଦେହ କରି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । ପୋଲିସ ମାଡର ଶିକାର ହୋଇ ଏବେ ସଂପୃକ୍ତ ବ୍ୟକ୍ତି ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲା ବଣାଇ ପୋଲିସ ନାଁରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଏକ ଚୋରି ମାମଲାର ତଦନ୍ତ କରିବା ବେଳେ ପୋଲିସ ଜଣେ ଯୁବକଙ୍କୁ ସନ୍ଦେହରେ ଶୁକ୍ରବାର ଜଣେ ସିକିଲ ସେଲ୍ ରୋଗୀଙ୍କୁ ଥାନାକୁ ଆଣିଥିଲା । ଏହି ସମୟରେ ମାଡ଼ ମାରି ସଂପୃକ୍ତ ଯୁବକଙ୍କୁ ଗୁରୁତର କରିଥିବା ଅଭିଯୋଗ ହୋଇଛି । ପୋଲିସ ନିଜ ଲାଠିରେ ପାଖାପାଖି ୨୦ରୁ ୩୦ ପ୍ରହାର କରିଥିବା ସୂଚନା ରହିଛି । ଯୁବକଙ୍କ ଦୁଇ ଜଙ୍ଘରେ ପୋଲିସ ନିସ୍ତୁକ ମାଡ଼ ମାରିଛି । ଏବେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାର ରାଉରକେଲା ସରକାରୀ ଡାକ୍ତରଖାନା ଆରଜିଏଚରେ ଭର୍ତି ହୋଇଛନ୍ତି ।
ଏବେ ସଂପୃକ୍ତ ଯୁବକଙ୍କ ମା’ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଯୁବକଙ୍କୁ ମାଡ ମାରିବା ପରେ ରାତି ପ୍ରାୟ ୧୦ଟାରେ ବଣାଇ ପୋଲିସ ଧମକ ଚମକ ଦେଇ ଥାନାରୁ ବିଦା କରି ଦେଇଥିବା ସଂପୃକ୍ତ ଯୁବକଙ୍କ ମା ଅଭିଯୋଗ କରିଛନ୍ତି । ମାଡ଼ଖାଇବା ପରେ ସିକିଲସେଲ୍ ରୋଗରେ ଆକ୍ରାନ୍ତ ଏହି ଅସୁସ୍ଥ ଯୁବକଙ୍କ ଅବସ୍ଥା ଆହୁରି ଗୁରୁତର ହୋଇ ଯାଇଛି ।