ଅଗଷ୍ଟ ସୁଦ୍ଧା ଆସିବ କରୋନାର ତୃତୀୟ ଲହର । ଦିନକୁ ଦେଶରେ ସଂକ୍ରମଣ ୧ଲକ୍ଷ ପାର ହେବ । ଆଇସିଏମଆର ବରିଷ୍ଠ ବୈଜ୍ଞାନୀକଙ୍କ ଚେତାବନୀ

3,745

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ (ଆଇସିଏମ୍ଆର୍)ର ଜଣେ ବରିଷ୍ଠ ବୈଜ୍ଞାନିକ ଗବେଷଣା କରି କହିଛନ୍ତି ଯେ ଭାରତରେ କରୋନାର ତୃତୀୟ ଲହର ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ତା’ର କାୟା ବିସ୍ତାର କରିବ। ଦିନକୁ ଦେଶରେ ସଂକ୍ରମଣ ୧ ଲକ୍ଷ ପାର୍‌ ହେବ ।

ପ୍ରଫେସର୍‌ ସିମ୍‌ରନ୍‌ ପଣ୍ଡା ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଭାଇରସ୍‌ ଯଦି ବେଶି ପରିମାଣରେ ବ୍ୟାପିବ ତେବେ ପରିସ୍ଥିତି ପ୍ରଥମ ଲହର ପରି ରହିବ। ଯଦି ସେପରି ନହୁଏ ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସେ ସୂଚାଇ ଦେଇଛନ୍ତି ।

ଏହିପରି ମୂଲ୍ୟାଙ୍କନର ଯଥାର୍ଥତା ବିଷୟରେ ପଚରାଯିବାରୁ ପ୍ରଫେସର୍‌ ପଣ୍ଡା କହିଛନ୍ତି ଯେ ଆଇସିଏମଆର ଏବଂ ଲଣ୍ଡନର ଇମ୍ପେରିଆଲ କଲେଜ  ଦ୍ୱାରା କରାଯାଇଥିବା ଗାଣିତିକ ମଡେଲିଂ ସୂଚାଇ ଦେଇଛି ଯେ କମ୍ ଟିକାକରଣ ହାର ଏବଂ କୋହଳ ଲକ୍‌ଡାଉନ୍‌ ହେତୁ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିବ। ଅବଶ୍ୟ, ଏହା ଦ୍ୱିତୀୟ ତରଙ୍ଗ ପରି ସେତେଟା ଭୟଙ୍କର ହୋଇନପାରେ ।