ଓଡ଼ିଶାରେ ତୃତୀୟ କାଡାଭରିକ କିଡନୀ ପ୍ରତିରୋପଣ । ଏସସିବିରେ ପହଁଚିଲା କିଡନୀ, ଅସ୍ତ୍ରୋପଚାର ଆରମ୍ଭ । ଜୁଇକୁ ଯିବା ପୂର୍ବରୁ ନୂଆ ଜୀବନ ଦେଲେ ଡେଲାଙ୍ଗର ରାଜଲକ୍ଷ୍ମୀ ।

967

କନକ ବ୍ୟୁରୋ: କଟକ ବଡ ମେଡିକାଲରେ ପୁଣି ଲେଖାଯିବ ଇତିହାସ । ରାଜ୍ୟର ତୃତୀୟ କାଡାଭରିକ୍  କିଡନୀ ପ୍ରତିରୋପଣ ଅସ୍ତ୍ରୋପଚରା ହେବାକୁ ଆଉ କିଛି ସୟମ ବାକି । ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଦେହରେ କିଡନୀ ପ୍ରତ୍ୟାରୋପଣ ହେବ । ଏଥିପାଇଁ ଏସସିବିର ୟୁରୋଲୋଜି ବିଭାଗରେ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ରହିଛନ୍ତି ବିଶେଷଜ୍ଞ ଡାକ୍ତରୀ ଦଳ । ହାଇଟେକ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ବ୍ରେନ ଡେଡ୍ ଘୋଷିତ ଜଣେ ରୋଗୀଙ୍କ ଠାରୁ କିଡନୀ କାଢିବା ପରେ ସୁରକ୍ଷିତ ଭାବେ ଏସସିବିରେ ପହଂଚି ସାରିଛି ।

ସେପଟେ ଏସସିବିରେ କିଡନୀ ପ୍ରତିରୋପଣ ପାଇଁ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ସୂଚନା ଅନୁସାରେ ପୁରୀ ଡେଲାଙ୍ଗ ଅଂଚଳର ରାଜଲକ୍ଷ୍ମୀ ଦାସ ସଡକ ଦୁର୍ଘଟଣାରେ ଆହତ ହୋଇ ହାଇଟେକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ସକାଳେ ରାଜଲକ୍ଷ୍ମୀଙ୍କୁ ବ୍ରେନ ଡେଡ୍ ଘୋଷଣା କରିଥିଲେ ଚିକିତ୍ସା କରୁଥିବା ଡାକ୍ତର । ଏହାପରେ ପରିବାର ବର୍ଗ ତାଙ୍କ କିଡନୀ ଦାନ କରିବାକୁ ନିଷ୍ପତି ନେଇ ଅଙ୍ଗଦାନ ସଂସ୍ଥା ସୋଟୋ ସହ ଯୋଗାଯୋଗ କରିଥିଲେ । ଏହାପରେ ଏସସିବିର ଜଣେ ରୋଗୀଙ୍କ ଦେହରେ କିଡନୀ ପ୍ରତିରୋପଣ ପାଇଁ ସ୍ଥିର କରାଯାଇଥିଲା । ରାଜଲକ୍ଷ୍ମୀ ଦେହରୁ କିଡନୀ ବାହାର କରାଯାଇ ସୁରକ୍ଷିତ ଭାବେ ଏସିସିବିକୁ ଅଣାଯାଇଛି ।