ବିଶ୍ୱ କ୍ଷୁଧା ସୂଚକାଙ୍କକୁ ନେଇ ଚିନ୍ତା କଲା ଭଳି ରିପୋର୍ଟ: ୯୪ରୁ ୧୦୧କୁ ଖସିଆସିଲା ଭାରତ

146

କନକ ବ୍ୟୁରୋ: ଆମ ଦେଶରେ କେତେ ଲୋକ ଭୋକିଲା ଅଛନ୍ତି ଏବଂ ଏ କ୍ଷେତ୍ରରେ ଆମ ଦେଶର ସ୍ଥିତି କଣ, ସେନେଇ ବିଶ୍ୱ କ୍ଷୁଧା ସୂଚକାଙ୍କ ଆମକୁ ଆଇନା ଦେଖାଇଛି । ଏହି ରିପୋର୍ଟ ଯାହା କହୁଛି, ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ । ରିପୋର୍ଟରେ କୁହାଯାଇଛି, ଏହି କ୍ଷୁଧା ସୂଚକାଙ୍କରେ ଆମ ଦେଶ ପାକିସ୍ତାନ, ବାଂଲାଦେଶ ଓ ନେପାଳ ଠାରୁ ବି ପଛରେ ରହିଛି ।

ଆୟରଲ୍ୟାଣ୍ଡର ସର୍ବେକ୍ଷଣ ସଂସ୍ଥା ‘କନ୍ସର୍ନ ୱାଲ୍ଡ ୱାଇଡ’ ଏବଂ ଜର୍ମାନୀର ‘ୱେଲ୍ଟ ହଙ୍ଗର ହିଲ୍ଫେ’ ତରଫରୁ କରାଯାଇଥିବା ଗ୍ଲୋବାଲ ହଙ୍ଗର ଇନ୍ଡେକ୍ସ ଅର୍ଥାତ୍ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଆମେ ଅନେକ ସମୟରେ ଦେଶ କେତେ ଆଗକୁ ଯାଇଛି, କେତେ ପ୍ରଗତି କରିଛି ତାକୁ ନେଇ ଚର୍ଚ୍ଚା କରୁ ଏବଂ ଗର୍ବ ଅନୁଭବ କରୁ । କିନ୍ତୁ ଏହି ରିପୋର୍ଟ ଆମକୁ ଆଇନା ଦେଖାଇ ଦେଇଛି ।

– ୨୦୨୧ରେ ଭାରତର ବିଶ୍ୱ କ୍ଷୁଧା ସୂଚକାଙ୍କ ରହିଛି ୨୭.୫
– ଭାରତ ପଛରେ କେବଳ ଆଫଗାନିସ୍ତାନ, ନାଇଜେରିଆ, କଙ୍ଗୋ, ସୋମାଲିଆ ଭଳି ୧୫ଟି ଦେଶ ରହିଛି
– କ୍ଷୁଧା ସୂଚକାଙ୍କ ୫ ତଳେ ୧୮ ଦେଶ ରହିଛି
– ଚୀନ, ବ୍ରାଜିଲ୍ ଓ କୁଏତ ଭଳି ୧୮ଟି ଦେଶର ସୂଚକାଙ୍କ ୫ ତଳେ ରହିଛି
– ଭାରତର ସ୍ଥିତିକୁ ‘ଆଲାର୍ମିଂ’ ଅର୍ଥାତ୍ ଚିନ୍ତାଜନକ ବୋଲି କୁହାଯାଇଛି
– ବିଶ୍ୱ କ୍ଷୁଧା ସୂଚକାଙ୍କ ୪ଟି ମାପଦଣ୍ଡ ଉପରେ ନିର୍ଦ୍ଧାରଣ କରାଯାଏ ।
– ୫ ବର୍ଷରୁ କମ ପିଲାର ଉଚ୍ଚତା ଅନୁସାରେ କମ ଓଜନ
– ୫ ବର୍ଷରୁ କମ୍ ପିଲାର ବୟସ ଅନୁସାରେ କମ ଉଚ୍ଚତା
– ୫ ବର୍ଷରୁ କମ୍ ପିଲାର ମୃତ୍ୟୁହାର ଏବଂ ଅପପୃଷ୍ଟି

ଉଚ୍ଚତା ଅନୁସାରେ ୫ ବର୍ଷରୁ କମ୍ ବୟସର ପିଲାଙ୍କ ଓଜନ ଆମ ଦେଶରେ ଏକ ଚିନ୍ତାଜନକ ବିଷୟ । ୧୯୯୮ରେ ଏହା ୧୭ ଦଶମିକ ୧ ଥିବା ବେଳେ ୨୦୨୦ରେ ଏହା ୧୭ ଦଶମିକ ୩ ରହିଛି । ରିପୋର୍ଟରେ କୁହାଯାଇଛି, ଉଚତା ଅନୁସାରେ କମ୍ ଓଜନ ଭଳି ଅପପୃଷ୍ଟି ଆମ ଦେଶରେ ସବୁଠୁ ଅଧିକ । ଏ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ସବୁଠାରୁ ପଛରେ । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, କରୋନା ମହାମାରୀ ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି ।