Advertisment

କ’ଣ ଆପଣ ୧ ଇଞ୍ଚ୍ ସ୍କ୍ରୀନ୍ ଥିବା ଲାପଟପ୍ ଦେଖିଛନ୍ତି ? ଆମେରିକାର ଆଇଟି ଇଞ୍ଜିନିୟର୍ ପଲ୍ କ୍ଲିଙ୍ଗର୍ ଦୁନିଆର ସବୁଠାରୁ ଛୋଟ ଲାପଟପ୍ ତିଆରି କରିବାରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି । ଏହି ଲାପଟପ୍ ର ନାଁ “ଥିଙ୍କ୍ ଟିନି” ବୋଲି ରଖାଯାଇଛି । ଏହି ଲାପଟପର ସ୍କ୍ରୀନ୍ ମାତ୍ର ୧ ଇଞ୍ଚ୍ ର ଥିବା ବେଳେ ଏହାର ଡିସପ୍ଲେ ମାତ୍ର ୦.୯୬ ସେ.ମି. ରହିଛି । କ୍ଲିଙ୍ଗର୍ ଙ୍କ ଏହି ମିନି ଲାପଟପ୍ ରେ କିପେଡ୍ ମଧ୍ୟରେ ନାଲି ରଙ୍ଗର ଟ୍ରାକ୍ ପଇଣ୍ଟ୍ ଷ୍ଟାଇଲ୍ କର୍ସର କଣ୍ଟ୍ରୋଲର୍ ମଧ୍ୟ ଦିଆଯାଇଛି । ଯାହାକୁ ପ୍ରସ୍ତୁତ କରିବାକୁ ୭ ଦିନ ସମୟ ଲାଗିଛି ଯେଉଁଥିରେ ୮୫ ଡଲାର (ପାଖାପାଖି ୬ ହଜାର) ଟଙ୍କା ଖର୍ଚ୍ଚ ହୋଇଛି ।

publive-image

“ଥିଙ୍କ୍ ଟିନି” ପାଇଁ କ୍ଲିଙ୍ଗର୍ ୩ ଡି ପ୍ରିଣ୍ଟେଡ୍ କେସ୍ ପ୍ରସ୍ତୁତ କରିଛନ୍ତି । ଏହି ମିନି ଲାପଟପ୍ ରେ ୧୨୮/୬୪ ପିକ୍ସଲ୍ ର ଓଲିଡ୍ ଡିସପ୍ଲେ ଦିଆଯାଇଛି । ଏହାସହ ଏହି ଛୋଟ ଲାପଟପ୍ ରେ ଏଟି ଟିନି ୧୬୧୪ ମିନି କଣ୍ଟ୍ରୋଲ୍ ଦିଆଯାଇଛି । ଲାପଟପ୍ ରେ ଟିପି ୫୪୦୦ ବ୍ୟାଟେରୀ ଚାର୍ଜର ମଧ୍ୟ ଦିଆଯାଇଛି । ଯେଉଁଥିରେ ଲାପଟପ୍ କୁ ଚାର୍ଜ କରାଯାଇପାରିବ । ଏହି ଲାପଟପ୍ ର ଖାସ୍ କଥା ହେଉଛି ଏଥିରେ ୟୁଜର୍ ସ୍ନେକ୍ , ଲୁନର୍ ଲେଣ୍ଡର ଏବଂ ଟେଟ୍ରିସ୍ ଭଳି ଗେମ୍ ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ପଲ୍ କ୍ଲିଙ୍ଗର୍ ଏହା ପୂର୍ବରୁ ଏକ ଛୋଟ ଗେମିଙ୍ଗ୍ ଡିସ୍କଟପ୍ ମଧ୍ୟ ପ୍ରସ୍ତୁତ କରିଥିଲେ । ପଲ୍ କ୍ଲିଙ୍ଗର୍ ଏହି ଲାପଟପ୍ କୁ ବିକ୍ରି କରିବାକୁ ଚାହୁଁନାହାନ୍ତି କିନ୍ତୁ ଯଦି କେହି ଏଭଳି ପ୍ରୟାସ କରିବାକୁ ଚାହାନ୍ତି ତେବେ ସେଥିପାଇଁ ସେ ଏହାର ପୁରା କୋଡ୍ ଏବଂ ଡିଜାଇନ୍ ନିଜ ଗିଟ୍ ହବ୍ ପେଜ୍ ରେ ସେୟାର୍ କରିଛନ୍ତି ।