ଦିଲ୍ଲୀରେ ସ୍ଥିତି ଅସମ୍ଭାଳ । କେନ୍ଦ୍ରକୁ ଦୋଷ ଦେଲେ ସୁପ୍ରିମ କୋର୍ଟ । ପ୍ରଦୂଷଣ ପାଇଁ ୨ ଦିନ ଲକଡାଉନ୍ ପ୍ରସ୍ତାବ।

201

କନକ ବ୍ୟୁରୋ: ଦିଲ୍ଲୀରେ ସୀମା ଟପିଛି ପ୍ରଦୂଷଣ । ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି ସୁପ୍ରିମ କୋର୍ଟ । ଏହାସହ ପ୍ରଦୂଷଣର ଗମ୍ଭୀରତାକୁ ଦେଖି ୨ ଦିନର ଲକଡାଉନ ପାଇଁ ପ୍ରସ୍ତାବ ଦେଇଛନ୍ତି କୋର୍ଟ ।କେବଳ ଚାଷୀଙ୍କୁ ଦୋଷ ଦେଇ ବସିପଡିଛନ୍ତି ଦିଲ୍ଲୀ ସରକାର । ଏଯାଏଁ ନିଜେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଚାରପତି ଏନ. ବି. ରମନ୍ନା । ଆଜି ସୁପ୍ରିମକୋର୍ଟରେ ପ୍ରଦୂଷଣ ଉପରେ ବିଚାର କରିବା ସମୟରେ ଏପରି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

ଏନ ବି ରମନ୍ନାଙ୍କ କହିବା ମୁତାବକ, ଚାଷୀ ବିଲରେ କୁଟା ଜଳାଇବାରୁ ୪୦ ପ୍ରତିଶତ ପ୍ରଦୂଷଣ ହେଉଥିବାବେଳେ ଏହାର ମୁଖ୍ୟ କାରଣ ହେଉଛନ୍ତି ଖୋଦ୍ ଦିଲ୍ଲୀ ସରକାରଙ୍କ କଟକଣାର ଅଭାବ । ୬୦ ପ୍ରତିଶତ ପ୍ରଦୂଷଣ ବାଣ ଫୁଟାଇବା, ଯାନବାହାନ ଚଳାଚଳ, ନିର୍ମାଣାଧିନ କାର୍ଯ୍ୟକଳାପ ଯୋଗୁଁ ହେଉଛି । ପ୍ରଦୂଷଣ ରୋକିବାକୁ ସରକାର ତକ୍ରାଳ ପଦକ୍ଷେପ ନେବା ସହ ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟ ଦୃଷ୍ଟିରୁ ୨ ଦିନ ପାଇଁ ଲକଡାଉନ୍ ଘୋଷଣା କରିବାକୁ ଦିଲ୍ଲୀ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି  ।