କନକ ବ୍ୟୁରୋ : ଯେବେଠାରୁ ୟୁପିଆଇ ପେମେଣ୍ଟ ସିଷ୍ଟମ୍ ଆରମ୍ଭ ହେଲାଣି, ସେବେଠାରୁ ନେଣଦେଣ ପ୍ରକ୍ରିୟା ସହଜ ହୋଇଗଲାଣି । ଦୋକାନ ହେଉ କି ବଡ ବଡ ମଲ୍ ସବୁଠି ୟୁପିଆଇ ପେମେଣ୍ଟ ସିଷ୍ଟମ୍ ଉପଲବ୍ଧ ରହିଛି । ଗ୍ରାହକଙ୍କ ପାଇଁ ପେମେଣ୍ଟ କରିବା ଆଜିକାଲି ସହଜ ହୋଇଯାଇଛି । ଯେଉଁଥିପାଇଁ ଲୋକେ ପକେଟରେ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ଟଙ୍କା ରଖିବା ଆବଶ୍ୟକ ମନେକରୁନାହାନ୍ତି । କିନ୍ତୁ ସମସ୍ତେ ଜାଣିଛନ୍ତି କୌଣସି ବି ଜିନିଷ ପୁରାପୁରି ପରେଫେକ୍ଟ ହୋଇପାରିବ ନାହିଁ । ଠିକ୍ ସେହିଭଳି ୟୁପିଆଇ ପେମେଣ୍ଟ ସିଷ୍ଟମରେ ଅନେକ ଫାଇଦା ଥିବା ବେଳେ ଏଥିରେ କିଛି ରିସ୍କ ମଧ୍ୟ ରହିଛି ।
ଅନେକ ସମୟରେ ଦେଖିବାକୁ ମିଳିଛି, ଲୋକେ ଭୁଲ ୟୁପିଆଇ ଆଡ୍ରେସକୁ ଟଙ୍କା ପଠାଇ ଦେଇଥାନ୍ତି । କିନ୍ତୁ ପଠାଇଥିବା ଟଙ୍କାକୁ ଆଉ ଫେରି ପାଇନଥାନ୍ତି । ତେବେ ଆପଣ ବି ଯଦି ଏହିଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହେଲେ କଣ କରିବେ? କେମିତି ଟଙ୍କା ଫେରିପାଇବେ? ଟଙ୍କା ଫେରିପାଇବା ପାଇଁ କେଉଁ ବିକଳ୍ପ ଆପଣଆଇବେ? ଆସନ୍ତୁ ଜାଣିବା...
ଭିମ୍ ଆପର ଏକ ଏଫ.ଏ.କ୍ୟୁ ଜବାବରେ କୁହାଯାଇଛି କି, ଯଦି ଆପଣ କୌଣସି ୟୁପିଆ ଆଡ୍ରେସକୁ ଟଙ୍କା ପଠାଉଛନ୍ତି ତାକୁ ପୁଣିଥରେ ଫେରାଇ ଆଣିପାରିବେ ନାହିଁ । ଏପରି କୌଣସି ବିକଳ୍ପ ନାହିଁ ଯାହା ସାହାର୍ଯ୍ୟରେ ପଠାଇ ଦେଇଥିବା ଟଙ୍କାକୁ ଆଉ ଫେରିପାଇବେ । ଏଭଳି ସ୍ଥିତିରେ କେବଳ ରିସିଭର ହିଁ ଚାହିଁଲେ ଆପଣଙ୍କ ଟଙ୍କାକୁ ଫେରାଇ ଦେଇପାରିବ । ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କ ୟୁପିଆଇକୁ ଆପଣ ଭୁଲରେ ଟଙ୍କା ପଠାଇଦେଇଥିବେ । ସେହି ବ୍ୟକ୍ତି ହିଁ ଚାହିଁଲେ ଆପଣଙ୍କ ଟଙ୍କାକୁ ଫେରାଇ ଦେଇପାରିବେ । ତେଣୁ ଟଙ୍କା ପଠାଇବା ପୁର୍ବରୁ ସଠିକ୍ ଯାଞ୍ଚ କରି ଟଙ୍କା ପଠାଇବା ଆବଶ୍ୟକ ରହିଛି ।
କେଉଁଠି କରିବେ ଅଭିଯୋଗ?
ଭୁଲରେ ଚାଲିଯାଇଥିବା ଟଙ୍କା ପେରିପାଇବା ରିସିଭର ଉପରେ ନିର୍ଭର କରୁଥିଲେ ବି ଆପଣ ଏହାର ଏକ ଅଭିଯୋଗ କରିପାରିବେ । ଏପରି ପରିସ୍ଥିତିରେ ଆପଣ ସର୍ବପ୍ରଥମେ ବ୍ୟବହାର କରୁଥିବା ଆପର ସପୋର୍ଟ ସେକ୍ସନକୁ ଯାଇ ସେଠାରେ ଅଭିଯୋଗ କରିପାରିବେ । ଏହାଛଡା ଆପଣ ଭିମ୍ ଆପର ଟୋଲ ଫ୍ରି ନମ୍ବର ୧୮୦୦୧୨୦୧୭୪୦ରେ କଲ କରି ଭୁଲ ଟ୍ରାଞ୍ଜାକସନର ଅଭିଯୋଗ କରିପାରିବେ ।
ବ୍ୟାଙ୍କ ସହ କରନ୍ତୁ ସମ୍ପର୍କ
ଯଦି ଆପଣ କେବେ ଭୁଲ ଆଡ୍ରେସରେ ଟଙ୍କା ପଠାଇଦେଉଛନ୍ତି ତାହେଲେ, ତୁରନ୍ତ ଟ୍ରାଞ୍ଜାକସନର ଏକ ସ୍କ୍ରିନସଟ୍ ନିଅନ୍ତୁ । ଏହାପରେ ତୁରନ୍ତ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ । ସମ୍ଭବ ହେଲେ ବ୍ରାଞ୍ଚ୍ ମ୍ୟାନେଜରଙ୍କ ସହ ଦେଖାକରି ସମସ୍ୟା ବାବଦରେ କଥା ହୁଅନ୍ତୁ । କାରଣ ଏହି ମାମଲାରେ କେବଳ ବ୍ୟାଙ୍କ ହିଁ ଆପଣଙ୍କ ସହାୟତା କରିପାରିବେ ।
ବେଳେବେଳେ ଏପରି ମଧ୍ୟ ଘଟିଥାଏ, ୟୁପିଆଇ ଆଡ୍ରେସରେ ନଥିବା ନମ୍ବରକୁ ଭୁଲରେ ଟଙ୍କା ଟ୍ରାଞ୍ଜାକସନ୍ ହୋଇଯାଇଥାଏ । ଯଦି ଏପରି କେବେ ହୁଏ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏଭଳି ପରିସ୍ଥିତିରେ ଆପଣଙ୍କ ଟଙ୍କା ଆପେ ଆପେ ଆକାଉଣ୍ଟକୁ ଚାଲିଆସିଥାଏ ।