କନକ ବ୍ୟୁରୋ : ଜଂଗଲ ନିଆଁର ସାଇଡ୍ ଇଫେକ୍ଟ । ଆକାଶ ମାର୍ଗ ରୁ ଆସିଲା ସାଂଘାତିକ ଚିତ୍ର । ମାଲକାନଗିରି ଜିଲ୍ଲାରେ ପରିବେଶ ଏବେ ଧୂଆଁଳିଆ । ଗତ ୩ ଦିନ ଧରି ମାଲାକନଗିରି ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ଚାରି ଆଡେ କେବଳ ଧୂଆଁ ଆଉ ଧୂଆଁ ର ଆସ୍ତରଣ ଦେଖିବାକୁ ମିଳିଛି । ଗୁରୁତ୍ୱପୁର୍ଣ କଥା ହେଲା, ଏହି ଧୂଆଁଳିଆ ପାଗ ଯୋଗୁ ୨୦୦ ମିଟର ଆଗକୁ ଆଉ କିଛି ଦେଖା ଯାଉ ନାହିଁ । ଆଉ ଲୋକଙ୍କ ଆଖି ଜଳାଉ ଥିବା ମଧ୍ୟ ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକେ ।
ତେବେ ପହାଡ ଉପରେ ନିଆଁ ଲାଗି ଥିବା ରୁ ବନ ବିଭାଗ ନିଆଁ ଲିଭା କାର୍ଜ୍ୟ ଜାରି ରଖିଛି । ତେଣୁ ନିଆଁ ଲିଭା ପ୍ରକ୍ରୀୟାରେ ଅଧିକ ଧୁଆଁ ହେଉଥିବା ଯୋଗୁ ଏହା ଚାରି ଆଡେ ବ୍ୟାପି ଏପରି ପରିସ୍ଥିତି ସୃଷ୍ଟି ହୋଇ ଥିବା ଡିଏଫଓ ସୁଚନା ଦେଇଛନ୍ତି । ତେବେ ଏପରି ପରିବେଶ ପୁର୍ୱରୁ କେବେ ଦେଖି ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/12-2.jpg)