କନକ ବ୍ୟୁରୋ: ଘରେ କଳାକନା ବୁଲାଇଲେ ଚୋର । ମାର୍ଗଶୀର ମାସ ଶେଷ ଗୁରୁବାରରେ ଲୁଟିନେଲେ ଟଙ୍କ, ସୁନାଗହଣା । ଗଂଜାମ ଜିଲ୍ଲା ଖଲିକୋଟ ଥାନା ମଥୁରା ଗାଁରୁ ଆସିଛି ଏଭଳି ଖବର । ଗତକାଲି ରାତିରେ ଘରେ ସମସ୍ତେ ଶୋଇଥିବାର ସୁଯୋଗ ନେଇ ଘରେ ଚୋର ପସିଥିଲେ । ସବୁ ଆସବାବ ପତ୍ର ଏପଟ ସେପଟ କରିବା ସହ ଟଙ୍କା ଓ ସୁନା, ଗହଣା ଲୁଟି ନେଥିଲେ । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏକ ମମାଲା ରୁଜୁ କରାଯାଇଛି । ପୋଲି ଘଟଣାସ୍ଥଳରେ ପହଁଚି ଛାନ୍ବିନ୍ ଆରମ୍ଭ କରିଛି ।
ମାର୍ଗଶୀର ଗୁରୁବାର ଘରେ କଳାକନା ବୁଲାଇଲେ ଚୋର । ୧୮ ତୋଳା ସୁନା ସହ ୭୦ ହଜାର ନଗଦ ଟଙ୍କା ଲୁଟିନେଲେ ।
/kanak/media/post_attachments/wp-content/uploads/2023/12/Capture-26.jpg)