ଗିରଫ ହେଇଥିବା ଜଣେ ଚୋର ଏକଥା ସ୍ଵୀକାର କରିଛି ଯେ ସେ ଚୋରୀ କରିବା ପୂର୍ବରୁ ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲା ଏବଂ ସେ କହିଥିବା ଶୁଭମୁହୂର୍ତ୍ତରେ ଚୋରୀ କରିଥିଲା ।

ମହାରାଷ୍ଟ୍ରର ପୁଣେରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ଚୋର ଚୋରୀ କରିବା ପୂର୍ବରୁ ଜ୍ୟୋତିଷଠୁ ଶୁଭମୁହୂର୍ତ୍ତ ବାହାର କରିଥିଲା । ଏବଂ ଏହାପରେ 1 କୋଟି ଟଙ୍କାର ଲୁଟ କରିଥିଲା ।

ଜ୍ୟୋତିଷ ସହ ପରାମର୍ଶ କରିଥିଲା

ମହାରାଷ୍ଟ୍ର ପୁଣେର ବାରାମତୀରେ  ଏହିପରି ଘଟଣା ଘଟିଛି । ଗୋଟେ ଚୋର ଚୋରୀ କରିବା ପୂର୍ବରୁ ଜଣେ ଜ୍ୟୋତିଷ ସହ ଯୋଗାଯୋଗ କରି ଶୁଭମୂହୁର୍ତ୍ତ ବିଚାର କରେଇଥିଲା । ଜ୍ୟୋତିଷ କହିଥିବା ସମୟରେ ଯାଇ ଜଣଙ୍କ ଘରେ ଚୋରୀ କରିଥିଲା ଏବଂ କୋଟିଏ ଟଙ୍କାରୁ ଉର୍ଦ୍ଧ ସାମଗ୍ରୀ ଧରି ଫେରାର ହେଇଯାଇଥିଲା । ଘଟଣାର ଅନୁସନ୍ଧାନ କରି ପୋଲିସ ଚୋରକୁ ଠାବ କରି ଗିରଫ କରିଥିଲେ । ଯାଞ୍ଚ ସମୟରେ ଜ୍ୟୋତିଷ କଥା ସାମନାକୁ ଆସିଥିଲା ଏବଂ ପୋଲିସ ଜ୍ୟୋତିଷକୁ ମଧ୍ୟ ଗିରଫ କରିଥିଲା ।

ଏହି ଘଟଣାରେ ଚୋର ଓ ଜ୍ୟୋତିଷକୁ ମିଶାଇ ପୋଲିସ ସମୁଦାୟ ଚାରିଜଣଙ୍କୁ ଗିରଫ କରିଛି । ଗିରଫ ହେଇଥବା ଅଭିଯୁକ୍ତ ମାନେ ହେଲେ ସଚିନ ଜଗଧାନେ, ରାୟବା ଚୌହାନ, ରବୀନ୍ଦ୍ର ଭୋସଲେ ଓ ଦୀପକ ଯାଦବ । ସୂଚନା ଅନୁସାରେ ସେମାନେ ଜଣଙ୍କ ଘରୁ  95 ଲକ୍ଷ ଟଙ୍କା ନଗଦ ଓ 11 ଲକ୍ଷଟଙ୍କାର ଗହଣା ଚୋରୀ କରିଥିଲେ ।

ଗୋଟେ ପଟେ ଶୁଭମୂହୁର୍ତ୍ତ ବାହାର କରି ଚୋରୀ ହେଉଛି ତ ଆଉ କେଉଁଠି ଚୋରଙ୍କୁ ଧରିବାକୁ ପୋଲିସ ପାଞ୍ଜି ଦେଖୁଛି ।  ଏହିପରି ହେଉଛି ଉତ୍ତରପ୍ରଦେଶ ରାଜ୍ୟରେ । ଉତ୍ତରପ୍ରଦେଶର ଡିଜିପିଙ୍କ କହିବା ଅନୁସାରେ ରାତିରେ ଚନ୍ଦ୍ର ଦେଖା ନଗଲେ ଚୋରୀ, ଡକାୟତି କରୁଥିବା ଅପରାଧୀ ମାନେ ସକ୍ରିୟ ହେଉଯାଆନ୍ତି । ଚନ୍ଦ୍ର ଦେଖା ଯାଉଥିବା ରାତିରେ ଏହାପରି ଘଟଣା କମ ଘଟିଥାଏ । କୋଉ ରାତିରେ ଚନ୍ଦ୍ର କେତେବେଳେ ଦେଖାଯିବ ଏଥିପାଇଁ ଡିଜିପି ପାଞ୍ଜି ଦେଖିବାକୁ ପୋଲିସକୁ ପରାମର୍ଶ ଦେଇଥିବାର ଶୁଣିବାକୁ ମିଳୁଛି ।