ପୋଲିସ ଗାଡିକୁ ଧକ୍କା ଦେଲା ଚୋରଙ୍କ ଟ୍ରକ୍ । ଡିଜେଲ୍ ଚୋରୀ ଅଭିଯୋଗରେ ଟ୍ରକକୁ ପିଛା କରୁଥିଲା ପୋଲିସ ଭ୍ୟାନ୍ ।

251

କନକ ବ୍ୟୁରୋ: ପୋଲିସ ଗାଡିକୁ ଧକ୍କା ଦେଲା ଚୋରଙ୍କ ଟ୍ରକ । ଡିଜେଲ୍ ଚୋରୀ ଅଭିଯୋଗରେ ଟ୍ରକକୁ ପିଛା କରୁଥିବା ପୋଲିସ ଗାଡିକୁ ଧକ୍କା ଦେଇଛି ଟ୍ରକ । ଦୁର୍ବୃତ୍ତମାନେ ଟ୍ରକ ଚଢାଇ ଦେବାକୁ ଉଦ୍ୟମ କରୁଥିବା ବେଳେ ଗଞ୍ଜାମ ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ପୁଲିସ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ଅନୁସାରେ, ଦୀର୍ଘ ଦିନ ହେଲା ୧୬ ନମ୍ବର ଜାତୀୟ ରାଜପଥ ଟୋଲଗେଟ୍ ଠାରେ ଦୁର୍ବୃତ୍ତମାନେ ଟ୍ରକରେ ଆସି ଡିଜେଲ ଚୋରୀ କରୁଥିବା ଅଭିଯୋଗ ହୋଇଥାଏ । ସେହି ଅଭିଯୋଗ ତଦନ୍ତ ପାଇଁ ଖଲ୍ଲିକୋଟ ଓ ରମ୍ଭା ପୁଲିସ ସେମାନଙ୍କ ପିଛା କରୁଥିଲେ । ଗତକାଲି ରାତିରେ ପୁଲିସ ଟୋଲଗେଟ୍ ପାଖରେ ଦୁର୍ବୃତଙ୍କ ପିଛା କରୁଥିବା ବେଳେ ଦୁର୍ବୃତମାନେ ପୁଲିସ ଗାଡିକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୩ଟା ବେଳେ ଟ୍ରକ ଚଢାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ପୁଲିସ ଭ୍ୟାନ ଭାଙ୍ଗି ଯାଇଛି ।