ପାଠୁଆ ଚୋରର ପ୍ରାୟଶ୍ଚିତ । ଚିଠି ଲେଖି ୯ ବର୍ଷ ପରେ ଫେରାଇଦେଲା ଠାକୁରଙ୍କ ଗହଣା

552

କନକ ବ୍ୟୁରୋ: ଠାକୁରଙ୍କ ଗହଣା ଚୋରୀ କରିନେଇଥିଲା ପାଠୁଆ ଚୋର ।  ହେଲେ ଭୋଗ କରିପାରିଲାନି,୯ ବର୍ଷ ପରେ ଆଣି ଫେରାଇଦେଇଗଲା। ପ୍ରାୟଶ୍ଚିତ୍ତ ପାଇଁ ୧୦୦ ଟଙ୍କା, ଦକ୍ଷିଣା । ବାବଦକୁ ଦେଇଗଲା ୨୦୦ ଟଙ୍କା । ଇଂରାଜୀରେ ଚିଠି ଲେଖି ଥୋଇଦେଇଗଲା ଗହଣା ଜରି । ଏକଥାର ପ୍ରମାଣ ଖୋଦ୍ ଚୋରୀ କରିଥିବା ବ୍ୟକ୍ତି ଜଣକ ଦେଇଛି । ଠାକୁରଙ୍କ ଗହଣା ସିନା ଚୋରୀ କରିନେଲା ହେଲେ ଭୋଗ କରିପାରିଲାନି କି ବିକ୍ରି ମଧ୍ୟ କରିପାରିଲାନି । ତା ସହ ଓ ତା ପରିବାର ନାହିଁନଥିବା ହଇରାଣ ହେଲେ ଦୁଃଖ ପରେ ଦୁଃଖ ମାଡିଆସିଲା । ଏସବୁ ଠାକୁରଙ୍କ ଗହଣା ଚୋରୀ କରିଛି ବୋଲି ଘଟୁଥିବା ଅନୁଭବ କରିବା ପରେ ପଶ୍ଚାତାପ କରିବାକୁ ଯାଇ ଠିକଣା ଜାଗାରେ ଅର୍ଥାତ୍ ମନ୍ଦିର ମାର୍ଫତରେ ଥିବା ବ୍ୟକ୍ତିଙ୍କ ଚଉରା ପାଖରେ ସବୁତକ ଗହଣା ସହ ଇଂରାଜୀରେ ଲେଖା ଚିଠିଟି ଥୋଇଦେଇଗଲା । ତା ସାଙ୍ଗରେ ପାୟଶ୍ଚିତ ପାଇଁ ଠାକୁରଙ୍କ ନାଁରେ ୧୦୦ ଟଙ୍କା ସାଙ୍ଗକୁ ଦକ୍ଷିଣା ବାବାଦକୁ ୨୦୦ ଟଙ୍କା ମଧ୍ୟ ରଖିଦେଇଗଲା । ଏହା ଅଞ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଧଉଳି ସ୍ଥିତ ଗୋପୀନାଥପୁର ମନ୍ଦିର ନିକଟରେ ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ, ୨୦୧୪ରେ ଶ୍ରୀ ଗୋପୀନାଥଙ୍କ ଠାକୁରଙ୍କ ପାଖରେ ଯଜ୍ଞ ଚାଲିଥିବାବେଳେ ଠାକୁରଙ୍କ ମୁକୁଟ ସହ ରୂପା ଛତି ସବୁକିଛି କେହି ଚୋରୀ କରିନେଇଗଲା । ବହୁ ଷଖାଜାଖୋଜି ଚାଲିଲା । ଏଥିପାିଁ ଥାନାରେ ଏତଲା ବି ଦିଆଗଲା । ହେଲେ କିଛି ଲାଭ ହେଲନି । ସମୟ ଗଡିଚାଲିଲା । ଏ ଘଟଣାକୁ ୯ ବର୍ଷ ବିତିଗଲାଣି । ହେଲେ ଚୋର ଆଖିକୁ ନିଦ ନାହିଁ । କେମିତି ନେଇ ଠାକୁରଙ୍କ ଗହଣା ଫେରାଇ । ଶେଷରେ ଦୁଇ ଦିନ ତଳେ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତଙ୍କ ଚୁରା ପାଖରେ ଗହଣା ଜରି ସହ ୩୦୦ ଶହ ଟଙ୍କା ଓ ନିଜ ସହ ଘଟିଥିବା ସବୁ ଅଘଟରକୁ ବର୍ଣ୍ଣନା କରି ଲେଖିଥିବା ଚିଠି ଖଣ୍ଡେ ଥୋଇଦେଇ ଯାଇଛି । ସେ ଚିଠି ପୁଣି ଇଂରାଜୀରେ ହାତ ଲେଖା ଏ ଚିଠିକୁ ଦେଖନ୍ତୁ । ଏହାକୁ ଲେଖିଛି ଖୋଦ୍ ଚୋରୀ କରିଥିବା ଲୋକ । ଚିଠି ପୁଣି ଇଂରାଜୀରେ ଲେଖାହୋଇଛି ।

ଇଏ ହେଉଛି ସେ ଚିଠି ଯାହାକୁ ଲେଖିଛି ଖୋଦ୍ ଚେରୀ କରିଥିବା ବ୍ୟକ୍ତି । ଏ ଚିଠିରେ ଲେଖାହୋଇଛି, ‘ମୁଁ ୨୦୧୪ରେ ଠାକୁରଙ୍କ ଅଳଙ୍କାର ଚୋରୀ କରିନେଇଥିଲି । ହେଲେ ଏହାକୁ ଭୋଗ କରିପାରିଲି ନାହିଁ । ଏଇ ୯ ବର୍ଷ ଭିତରେ ମୁଁ ବହୁତ କଷ୍ଟ ପାଇଲିଣି । ଏ କର୍ମ ପାଇଁ ମୁଁ ଘୋର ଅନୁତାପ କରୁଛି । ତେଣୁ ଦେବାଶିଷ ମହାନ୍ତିଙ୍କ ଘର ଅଗଣାରେ ସବୁ ଅଳଙ୍କାରକୁ ଫେରାଇ ଦେଇ ଯାଉଛି । ତା ସହ ପ୍ରାୟଶ୍ଚିତ ପାଇଁ ୧୦୦ ଟଙ୍କା ଓ ଦକ୍ଷିଣା ଭାବେ ୨୦୦ ଟଙ୍କା ଦେଉଛି । ମୁଁ ମୋର ନାଁ , ଗାଁ ଠିକଣା କିଛି ଲେଖୁନାହିଁ ।’
ଅହୁରି ଆଶ୍ଚର୍ଯ୍ୟର କଥା ହେଉଛି ଦେବାଶିଷ ବାବୁ ଭୋରୁ ଉଠିବା ବେଳକୁ ଠାକୁୁରଙ୍କ ଗହଣା ଜରି ପାଖରେ ଏକ ନାଗ ସାପ ଫଣା ଟେକି ରହିଥିଲା । ସେ ଦେଖିବା ପରେ ଯାଇ ସାପଟି ପଳାଇଥିଲା ।

ଚୋର ଏପରି ଢଙ୍ଗରେ ଠାକୁରଙ୍କ ଗହଣା ଫେରାଇବା ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।