ଚୋରି ପଇସାରେ ପ୍ରେମିକାକୁ ସୁନା ହାର ଉପହାର ଦେଉଥିଲା ଚୋର । ପୋଲିସ ହାତରେ ଧରାପଡ଼ିଲା ଡ଼ିକି ତାଡ଼ି ଲୁଟ୍ କରୁଥିବା ଲୁଟେରା ଗ୍ୟାଙ୍ଗ ।

170

କନକ ବ୍ୟୁରୋ : ଲୁଟ୍ ପଇସାରେ ପ୍ରେମିକାକୁ ସୁନା ହାର ଉପହାର । ସୁନା ଅଳଙ୍କାର ସହ ନଗଦ ଟଙ୍କା ଜବତ କଲା ବଲାଙ୍ଗୀର ସଦର ପୋଲିସ । ଏହି ଲୁଟେରା ଗ୍ୟାଙ୍ଗ ବିଭିନ୍ନ ସ୍ଥାନରୁ ଡ଼ିକି ତାଡ଼ି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ହେଉଛି ସୋନପୁର ସହରର ଦୟାସାଗର ଛତ୍ରିଆ ।

ଗତ ଜୁଲାଇ ୧୭ ତାରିଖର ଏକ ଲୁଟ୍ ଘଟଣାର ଖୋଳତାଡ଼ କରୁକରୁ ପୋଲିସ ହାତରେ ଲାଗିଥିଲା ଏହି ଲୁଟେରା ଗ୍ୟାଙ୍ଗ । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡ଼ିକି ଭାଙ୍ଗି ଲୁଟ୍ କରୁଥିବା ଏମାନେ ସ୍ୱୀକାର କରିଛନ୍ତି । ୩ଜଣ ଲୁଟେରା ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା ଏବଂ ସୁନା ଗହଣା ଜବତ ହୋଇଛି । ଏହା ସହ ବାଇକ, ମୋବାଇଲ, ସିମକାର୍ଡ଼ ମଧ୍ୟ ଜବତ କରିଛି ପୋଲିସ ।

ଡ଼ିକି ତାଡ଼ି ଲୁଟ୍ କରିବାରେ ବ୍ୟବହାର କରୁଥିବା ଯନ୍ତ୍ରପାତି ମଧ୍ୟ ଜବତ କରିଛି ପୋଲିସ । ୩ଜଣ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଲୁଟେରା ଦୟାସାଗର ଛତ୍ରିଆ ଲୁଟ୍ ପଇସାରେ ପ୍ରେମିକା ପାଇଁ ଦେଢ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉପହାର ଦେଇଥିଲେ । ଏହି ସୁନା ଅଳଙ୍କାରକୁ ଜବତ କରିଛି ପୋଲିସ ।