ମଦ ପିଇଲେ, ବଳକା ମଦ ସହ ଗହଣା ଓ ଟଙ୍କା ଧରି ଛୁ ମାରିଲେ ଚୋର ।

103

କନକ ବ୍ୟୁରୋ : ଚୋର ସବୁବେଳେ କେମିତି ଚୋରି ଶୀଘ୍ର ସରିବ ସେ ବାବଦରେ ଚିନ୍ତା କରିଥାଏ । କାରଣ ପଶ୍ଚିମବଙ୍ଗ ସିଲିଗୁଡିରେ ଏମିତି ଏକ ଚୋରି ହୋଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚୋରି କରିବା ପୂର୍ବରୁ ଚୋର ପ୍ରଥମେ ମଦ ପିଇଥିଲା ଓ ପରେ ବୋତଲ ସହ ନଗଦ ଟଙ୍କା ଏବଂ ସୁନା ରୂପା ଧରି ଛୁ ମାରିଥିଲା । ଅଭିଯୋଗ ପରେ ପୋଲିସ ଏନେଇ ଯାଞ୍ଚ  ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ, ସିଲିଗୁଡିର ଜ୍ୟୋତି ନଗର ଅଞ୍ଚଳରେ ସଞ୍ଜୀବ ଲାମାଙ୍କ ଘରେ ଏହି ଚୋରି ହୋଇଛି । ସଞ୍ଜୀବଙ୍କ କହିବା ଅନୁଯାୟୀ, ଘରେ ଲାଗିଥିବା ଜାଲିକୁ ଛିଣ୍ଡାଇ ଘରେ ଚୋର ପଶିଥିଲେ । ଆଉ ଘରେ ପଶିବା ପରେ ମଦ ପିଇଥିଲେ ଓ ବଳକା ମଦକୁ ସାଥୀରେ ନେଇଯାଇଥିଲେ । ଋଣ ସୁଝିବା ଆଣିଥିବା ଟଙ୍କାକୁ ମଧ୍ୟ ସବୁ ଲୁଟି ନେଇଥିଲେ ଚୋର । ଏହାଛଡା ଘରେ ଥିବା ସୁନା ଅଳଙ୍କାର ଛାଡିନଥିଲେ ଚୋର ।କେବଳ ଏତିକି ନୁହେଁ ଘରେ ଥିବା ଗାଡି କାଗଜପତ୍ରକୁ ଧରି ଫେରାର ହୋଇଯାଇଛନ୍ତି ଚୋର ।