କନକ ବ୍ୟୁରୋ : ଚୋର ସବୁବେଳେ କେମିତି ଚୋରି ଶୀଘ୍ର ସରିବ ସେ ବାବଦରେ ଚିନ୍ତା କରିଥାଏ । କାରଣ ପଶ୍ଚିମବଙ୍ଗ ସିଲିଗୁଡିରେ ଏମିତି ଏକ ଚୋରି ହୋଇଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଚୋରି କରିବା ପୂର୍ବରୁ ଚୋର ପ୍ରଥମେ ମଦ ପିଇଥିଲା ଓ ପରେ ବୋତଲ ସହ ନଗଦ ଟଙ୍କା ଏବଂ ସୁନା ରୂପା ଧରି ଛୁ ମାରିଥିଲା । ଅଭିଯୋଗ ପରେ ପୋଲିସ ଏନେଇ ଯାଞ୍ଚ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ସିଲିଗୁଡିର ଜ୍ୟୋତି ନଗର ଅଞ୍ଚଳରେ ସଞ୍ଜୀବ ଲାମାଙ୍କ ଘରେ ଏହି ଚୋରି ହୋଇଛି । ସଞ୍ଜୀବଙ୍କ କହିବା ଅନୁଯାୟୀ, ଘରେ ଲାଗିଥିବା ଜାଲିକୁ ଛିଣ୍ଡାଇ ଘରେ ଚୋର ପଶିଥିଲେ । ଆଉ ଘରେ ପଶିବା ପରେ ମଦ ପିଇଥିଲେ ଓ ବଳକା ମଦକୁ ସାଥୀରେ ନେଇଯାଇଥିଲେ । ଋଣ ସୁଝିବା ଆଣିଥିବା ଟଙ୍କାକୁ ମଧ୍ୟ ସବୁ ଲୁଟି ନେଇଥିଲେ ଚୋର । ଏହାଛଡା ଘରେ ଥିବା ସୁନା ଅଳଙ୍କାର ଛାଡିନଥିଲେ ଚୋର ।କେବଳ ଏତିକି ନୁହେଁ ଘରେ ଥିବା ଗାଡି କାଗଜପତ୍ରକୁ ଧରି ଫେରାର ହୋଇଯାଇଛନ୍ତି ଚୋର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/636304319278809537-GettyImages-492456096.webp)