ଚୋରୀ ପୁଣି ଏମିତି ଢଙ୍ଗରେ! ଆପଣ କେବେ ଶୁଣିନଥିବେ

330

କନକ ବ୍ୟୁରୋ: ବିଭିନ୍ନ ଶୈଳୀରେ ଚୋର ଚୋରି କରୁଥିବା ଆପଣ ଶୁଣିଥିବେ ।କିନ୍ତୁ ରାଜସ୍ଥାନ ଜମୁନାନଗରରେ ଏମିତି ଢଙ୍ଗରେ ଚୋରୀ ହୋଇଛି ଯାହା ଶୁଣି ଆପଣ ହତବାକ  ହେବେ । ଏଠିକାର ଚୌଧୁରୀ କଲୋନୀରେ କିଛି ପରିବାର କୁଲର ଲଗାଇ ଆରାମରେ ଶୋଇଥିଲେ । ଆଉ ଚୋର ଆସି କିଛି ଏମିତି ଚାଲାକିରେ କରିଥିଲା ଚୋରୀ ।

 

କୁଲର ଲଗାଇ ଶୋଇଥିଲେ ଲୋକେ । ଝରକା ପଟଦେଇ ପଶିଥିଲା ଚୋର । ଆଉ କୁଲର ଚାଲିଥିବା ଦେଖି ଖୁସି ହୋଇଯାଇଥିଲା । ଲୋକଙ୍କୁ ବେହୋସ କରିବାକୁ ଆଣିଥିବା ନିଶା ସ୍ପ୍ରେ କ୍ଲୋରୋଫର୍ମକୁ କୁଲର ପାଣିରେ ଢାଳିଦେଇଥିଲା । ଫଳରେ ଏହାର ଗ୍ୟାସ କୁଲ ମାଧ୍ୟମରେ ଘର ସାରା ଖେଳିଯାଇଥିଲା । ନିଶା ମିଶ୍ରିତ କୁଲର ପବନ ନିଘୋଡ ନିଦରେ ଶୁଆଇ ଦେଇଥିଲା । ଫଳରେ ବିନା ଡରରେ ଘରେ କଳା କନା ବୁଲାଇଦେଇଥିଲା ଚୋର । ଗୋଟିଏ ଘରେ ଏମିତି କରିବାରେ ସଫଳ ହେବା ପରେ ଆଖପାଖ ୩ ଟି ଘରେ ପଶି ସବୁ ସଫା କରିଦେଇଥିଲା ଏହି ଧୂର୍ତ୍ତ ଚୋର । ସକାଳୁ ଲୋକେ ଉଠି ଦେଖନ୍ତି ଘରୁ ସବୁ ଦାମୀ ଜିନିଷ ଗାଏବ ।

 

ଜଣେ ପୀଡିତାଙ୍କ କହିବା ଅନୁସାରେ ସେ ସବୁଦିନ ୫ଟାରୁ ୬ଟା ଭିତରେ ଉଠୁଥିବାବେଳେ ଚୋରି ପରଦିନ ସକାଳ ୮ଟାରେ ତାଙ୍କ ନିଦ ଭାଙ୍ଗିଥିଲା । ଉଠିବା ସମୟରେ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହୋଇଥିଲା । ଆଉ ଘରର ଝରକା ଖୋଲା ଥିବା ସହ ଆଲମିରା ସବୁ ଭଙ୍ଗାଯାଇଥିଲା । ସେଥିରୁ ଟଙ୍କା ସହ ଗହଣା ସବୁ ଚୋରୀ ହୋଇଯାଇଥିଲା । ତେବେ ପୋଲିସ ଆସି ପାଖ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଚୋରର କାରନାମା ବିଷୟରେ ଜଣାପଡିଥିଲା ।