ଫାଷ୍ଟଟ୍ୟାଗ ଧରାଇଦେଲା ଚୋରା ଟ୍ରକ: ସେପ୍ଟେମ୍ବର ପହିଲାରେ ଯାଜପୁର ଜାତୀୟ ରାଜପଥରୁ ୧୪ ଚକିଆ ଟ୍ରକକୁ ଚୋରି କରିଥିଲେ ଦୁର୍ବୃତ୍ତ; ହେଲପର ଥିଲା ଖଳନାୟକ

Advertisment
ଫାଷ୍ଟଟ୍ୟାଗ ଧରାଇଦେଲା ଚୋରା ଟ୍ରକ: ସେପ୍ଟେମ୍ବର ପହିଲାରେ ଯାଜପୁର ଜାତୀୟ ରାଜପଥରୁ ୧୪ ଚକିଆ ଟ୍ରକକୁ ଚୋରି କରିଥିଲେ ଦୁର୍ବୃତ୍ତ; ହେଲପର ଥିଲା ଖଳନାୟକ

କନକ ବ୍ୟୁରୋ: ଫାଷ୍ଟଟ୍ୟାଗ ଯୋଗୁଁ ଜଣେ ଗାଡି ମାଲିକ ନିଜର ଲୁଟ ହୋଇଥିବା ଟ୍ରକକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଯାଜପୁର ଜିଲ୍ଳା ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳ ଅଂଚଳର ଏସ କେ ଅବଦୁଲ ଓହିଦଙ୍କର ଏକ ୧୪ ଚକିଆ ଟ୍ରକକୁ ଗତ ସେପ୍ଟେମ୍ବର ୧ ତାରିଖ ଦିନ ୧୬ ନମ୍ବର ଜାତୀୟ ରାଜପଥର ନେଉଳପୁର ନିକଟରୁ ଦୁର୍ବୁତମାନେ ଲୁଟି ନେଇଥିବା ନେଇ ଧର୍ମଶାଳା ଥାନାରେ ଏତାଲା ଦାଏର କରିଥିଲେ ।

୨ତାରିଖ ଦିନ ଟ୍ରକଟି ପଶ୍ଚିମ ବଙ୍ଗ ମୁର୍ସିଦାବାଦ ଜିଲ୍ଳାର ଚନ୍ଦେରି ଟୋଲ ଗେଟ ଅତିକ୍ରମ କରିବା ପରେ ଗାଡି ମାଲିକଙ୍କ ମୋବାଇଲକୁ ମେସେଜ ଆସିବା ପରେ ସେ ଏହାର ପିଛାକରି ଏକ କବାଡିଆ ଗୋଦାମରୁ ଟ୍ରକଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ । ତେବେ ଲୁଟ ହୋଇଥିବା ଟ୍ରକର ହେଲପର ଏହି ଲୁଟରେ ସାମିଲ ଥିବା ଜଣାପଡିଥିବା ବେଳେ ସେ ନିଜର ମୋବାଇଲ ସୁଇଚ ଅଫକରି ଫେରାର ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe