ହୁତୁହୁତୁ ଜଳୁଛି ଲୁଗା ଦୋକାନ : ୩ ଘଣ୍ଟା ପରେ ବି ଆୟତ୍ତ ହୋଇପାରୁନି ନିଆଁ; ପ୍ରବଳ ଧୂଆଁ ଯୋଗୁଁ ଦମକଳ ବାହିନୀ ନାକେଦମ୍

321

କନକ ବ୍ୟୁରୋ : କଟକ ଚୌଧୁରୀ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ୩ ଙ୍ଘଟାରୁ ଅଧିକ ହେବ ହୁତୁହୁତୁ ହୋଇ ଜଳୁଛି ଲୁଗା ଦୋକାନ । ସକାଳେ ତଳ ମହଲା ଲୁଗା ଦୋକାନରେ ନିଆଁ ଲାଗିଥିଲା । ପରେ ଏହା ଉପର ମହଲାକୁ ବ୍ୟାପି ଯାଇଥିଲା । ନିଆଁର ମାତ୍ରା ଏତେ ଅଧିକ ରହିଛି ଯେ, ଅଞ୍ଚଳ ପୁରା ଧୂଆଁ ମୟ ହୋଇଯାଇଛି । ସର୍ଟ ସକିଟରୁ ନିଆଁ ଲାଗିଥିବା ସୂଚନା ରହିଛି ।

ଏକାଧିକ ମହଲା ବିଶିଷ୍ଟ ଏଇ ଲୁଗା ଦୋକାନରେ ଗୋଟିଏ ପ୍ରବେଶ ଦ୍ୱାର ରହିଛି । ଧୂଆଁ ବାହାରିବା କଷ୍ଟକର ହେଉଛି । କାଚ ଭାଙ୍ଗି ଧୂଆଁ ବାହାର କରିବାକୁ ଅଗ୍ନିଶମ ବାହିନୀ ଚେଷ୍ଟା ଜାରି ରଖିଛନ୍ତି । ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଆୟତ୍ତରେ ଦେଖା ଦେଉଛି ସମସ୍ୟା । ନିଆଁକୁ ଆୟତ୍ତ ପାଇଁ ପାଣି ସ୍ପ୍ରେ କରାଯାଉଛି । ଲୁଗା ଦୋକାନରେ କପଡ଼ା ସାମଗ୍ରୀ ଅଧିକ ଥିବାରୁ ନିଆଁର ପ୍ରକୋପ ଅଧିକ ରହିଛି ।