କନକ ବ୍ୟୁରୋ : କଟକ ଚୌଧୁରୀ ବଜାରରେ ଅଗ୍ନିକାଣ୍ଡ । ଏକ ଲୁଗା ଦୋକାନରେ ଏହି ନିଆଁ ଲାଗିଛି । ଦୋକାନ ପାଖରେ ଥିବା ଅନ୍ୟ ଦୋକାନ ମଧ୍ୟ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି । ସକାଳୁ ସକାଳୁ ଘଟିିଥିବା ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଟିମ୍ ପହଞ୍ଚି ନିଆଁ ଲିଭାଇବା କାମରେ ନିୟୋଜିତ ଅଛି ।