ଆଇପିଏଲ ମହାସମର : ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା କୋଲକତା ନାଇଟ ରାଇଡର୍ସ

369

କନକ ବ୍ୟୁରୋ : ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା କୋଲକତା ନାଇଟ ରାଇଡର୍ସ । ଅଧିନାୟକ ନୀତିଶ ରାଣା ଏବଂ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇକୁ ୬ ୱିକେଟରେ ହରାଇଛି କୋଲକତା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୪୪ ରନ କରିଥିଲା ଚେନ୍ନାଇ । ଚେନ୍ନାଇର କୌଣସି ବ୍ୟାଟର ଅର୍ଦ୍ଧଶତକ ମାରି ପାରିନଥିଲେ । କୋଲକତା ପ୍ରଥମ ୬ ଓଭରରେ ୩ ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା ।

ହେଲେ ନୀତିଶ ରାଣା ଏବଂ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକୀୟ ପାଳି ଯୋଗୁଁଁ ଚେନ୍ନାଇକୁ ୧୮ ଓଭର ୩ଟି ବଲରେ ହରାଇଥିଲା କୋଲକତା । ତେବେ ଏପର୍ଯ୍ୟନ୍ତ ଗୁଜରାଟ ୧୬ ପଏଣ୍ଟ ସହ ଟେବୁଲରେ ଶୀର୍ଷରେ ଥିବା ବେଳେ ଚେନ୍ନାଇ ୧୫ ପଏଣ୍ଟ ସହ ଦ୍ୱିତୀୟ, ମୁମ୍ବାଇ ୧୪ ପଏଣ୍ଟ ସହ ତୃତୀୟ, ଲକ୍ଷ୍ନୌ ୧୩ ପଏଣ୍ଟ ସହ ଚତୁର୍ଥରେ ଅଛି । ଅଧିକାଂଶ ଟିମ ହାତରେ ଆଉ ଦୁଇଟି ଲେଖାଏଁ ମ୍ୟାଚ ରହିଛି । ହାଇଦ୍ରାବାଦ, ଦିଲ୍ଲୀକୁ ଛାଡିଦେଲେ ଏବେବି ବାକି ୮ ଟି ଟିମ୍ ପ୍ଲେ ଅଫ ଦୌଡରେ ଅଛନ୍ତି ।