ମହିଳାଙ୍କ ସ୍ୱାଧିନତା କଥା କହୁଥିବା ତାଲିବାନୀ, ସାମ୍ବାଦିକାଙ୍କୁ ପୁରାଇ ଦେଲେନି ଷ୍ଟୁଡିଓ : ଭିଡିଓ କରି ଜୀବନ ପ୍ରତି ବିପଦ ଥିବା ଶବନମ ଡାବରନ

178

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନଙ୍କ କବଜା ପରେ ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସୁଛି । ଜୀବନ ବଂଚାଇବା ପାଇଁ କାବୁଲ ବିମାନ ବନ୍ଦରରେ ଲୋକଙ୍କ ଭିଡ ଜମୁଛି । ଏହାରି ଭିତରେ ଆଫଗାନି ମହିଳା ନ୍ୟୁଜ ଆଙ୍କର ଶବନମ ଡାବରନ ସୋସିଆଲ ମିଡିଆରେ ମାଗିଛନ୍ତି ସହଯୋଗ । ହିଜାବ ପିନ୍ଧିବା ସହ ନିଜ ଅଫିସ କାର୍ଡ ଦେଖାଇ ଭିଡିଓରେ ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଯେଉଁଠି ତାଲିବାନଙ୍କ ପକ୍ଷରୁ କୁହାଯାଇଥିଲା କି ଗଣମାଧ୍ୟମ ପ୍ରତିନିଧିଙ୍କର କୌଣସି ଅସୁବିଧା ହେବ ନାହିଁ । ହେଲେ ସେଠି ମହିଳା ନ୍ୟୁଜ ଆଙ୍କର ଭିଡିଓ ସେୟାର କରି ସହଯୋଗ ମାଗିଛନ୍ତି ।

ଭିଡିଓରେ ସେ କହିଛନ୍ତି ତାଙ୍କ ଜୀବନ ପ୍ରତି ବିପଦ ଅଛି, ସାହାଯ୍ୟ ପାଇଁ ନିବେଦନ କରିଛନ୍ତି । ବ୍ୟବସ୍ଥା ବଦଳିବା ପରେ ସେ ପଛଘୁଂଚା ନଦେଇ ତାକୁ ନେଇ ଚଳିବାକୁ ଚେଷ୍ଟା କରିଥିଲେ । ହେଲେ ଦୁଃର୍ଭାଗ୍ୟର କଥା ଅଫିସ କାର୍ଡ ଦେଖାଇବା ପରେ ମଧ୍ୟ ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁମତି ମିଳିନଥିଲା । କାହିଁକି ନା ତାଙ୍କୁ ତାଲିବାନ ପକ୍ଷରୁ ନ୍ୟୁଜ ପଢ଼ିବାକୁ ବାରଣ କରାଯାଇଛି । କେବଳ ପୁରୁଷ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିୟମ ହୋଇଥିଲା ବୋଲି ଅଫିସ ପକ୍ଷରୁ କୁହଯାଇଥିଲା । ବ୍ୟବସ୍ଥାକୁ ବଦଳା ଯାଇଛି ବୋଲି ମଧ୍ୟ ଶବନମଙ୍କୁ କୁହଯାଇଥିଲା । ଯାହା ପରେ ସେ ଭିଡିଓ ପୋଷ୍ଟ କରି ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି ।