ଆତଙ୍କବାଦୀ କହିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଅରବିନ୍ଦ କେଜ୍ରିୱାଲ, ଭଗତ ସିଂଙ୍କୁ ନେଇ କହିଲେ ଏଭଳି କଥା

Advertisment
ଆତଙ୍କବାଦୀ କହିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଅରବିନ୍ଦ କେଜ୍ରିୱାଲ, ଭଗତ ସିଂଙ୍କୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ଦେଶରେ ଏବେ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି । ଏହି କ୍ରମରେ ନେତାମାନଙ୍କ ବୟାନ ବାଜି ଏବେ ମୌଳିକ ସମସ୍ୟା ଉପରେ ଭାରି ପଡୁଛି । କ୍ଷମତା ଦଖଲ କରିବା ପାଇଁ ନେତାମାନେ ନୀତି ନୈତିକତାକୁ ପଛରେ ପକାଇ ପରସ୍ପର ପ୍ରତି ଅଶାଳୀନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଏହି କ୍ରମରେ ବିଜେପି ଓ କଂଗ୍ରେସ ପକ୍ଷରୁ ବାରମ୍ବାର ଦିଲ୍ଲୀ ମୁ୍ଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବିଭିନ୍ନ ଆରୋପ ଲଗାଯାଉଥିବା ବେଳେ ଏହାର ପ୍ରତିକ୍ରିୟା ରଖିଛନ୍ତି କେଜ୍ରିୱାଲ । ସେ କହିଛନ୍ତି କି ବିରୋଧୀମାନେ ବାରମ୍ବାର ମୋତେ ଆତଙ୍କବାଦୀ କହିବାରେ ଲାଗିଛନ୍ତି , ହେଲେ ମୁଁ ହସ୍ପିଟାଲ ନିର୍ମାଣ କରୁଥିବା ଦୁନିଆର ସବୁଠାରୁ ଭଲ ଆତଙ୍କବାଦୀ ବୋଲି କେଜ୍ରିୱାଲ କହିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜ୍ରିୱାଲଙ୍କ ଉପରେ ଆଣିଥିବା ଅଭିଯୋଗ ଉପରେ ସେ କହିଛନ୍ତି କି ମୋଦୀ, ରାହୁଲ ଓ ପ୍ରିୟଙ୍କା ସମସ୍ତେ ଏକତ୍ରିତ ହୋଇ ୧୦ ବର୍ଷ ହେବ ମୋ ଉପରେ ଦେଶ ବିଭାଜନର ଅଭିଯୋଗ ଆଣୁଛନ୍ତି ।

ଅନ୍ୟପଟେ ବିରୋଧୀମାନେ ତାଙ୍କୁ ବାରମ୍ବାର ଆତଙ୍କବାଦୀ ବୋଲି କହି କଟାକ୍ଷ କରୁଥିବା ବେଳେ ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଆପଣମାନେ ୧୦୦ ବର୍ଷ ପୂର୍ବକୁ ଯାଇ ଚିନ୍ତା କରନ୍ତୁ , ଏହି ଭାରତବର୍ଷର କିଛି ଲୋକ ଭଗତ ସିଂଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କୁ ଆତଙ୍କବାଦୀ କହିବାକୁ ପଛାଇ ନଥିଲେ । ଏବେ ବି ଦେଶରେ ଭଗତ ସିଂଙ୍କୁ ଆତଙ୍କବାଦୀ କହୁଥିବା ଗୋଷ୍ଠୀ ବଞ୍ଚି ରହିଛନ୍ତି । ହେଲେ ଲୋକମାନେ ବାସ୍ତବ ସତ୍ୟ କଣ ଜାଣିଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe