କନକ ବ୍ୟୁରୋ: ଲକ୍ଷ୍ମୀପୁର ଖେରି ହିଂସା ପରେ ମୃତ ଚାଷୀଙ୍କ ପରିବାରକୁ ଭେଟିବାକୁ ଯାଉଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ହେଲେ ସୀତାପୁର ପାଖରେ ତାଙ୍କୁ ହେପାଜତରେ ନେବାକୁ ଚେଷ୍ଟା କରିଥିଲା ପୋଲିସ୍ । ହେଲେ ଏହାକୁ ନେଇ ପୋଲିସ୍ ଓ ପ୍ରିୟଙ୍କାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିଲା ।
ପୋଲିସକୁ ଆଇନ ପଢାଇଥିଲେ ପ୍ରିୟଙ୍କା । ସେ ଆଇନ ଭଲ ଭାବେ ଜାଣନ୍ତି । ବିନା ୱାରେଣ୍ଟରେ ତାଙ୍କୁ ଗିରଫ ପାଇଁ ସାହାସ ହେଲା କିପରି ବୋଲି ପ୍ରଶ୍ନ କରିଥିଲେ ପ୍ରିୟଙ୍କା । ପୋଲିସ ମହିଳାଙ୍କ ସହ ବ୍ୟବହାର କରିବା ଶିଖିନି ବୋଲି କହିଥିଲେ ପ୍ରିୟଙ୍କା । ଯଦି ବିନା ୱରେଣ୍ଟରେ ତାଙ୍କୁ ଗିରଫ କରାଯାଏ ତାହାେଏ ସମ୍ପୃକ୍ତ ପୋଲିସ ବେିରୋଧରେ ଅପହରଣ ମାମଲା କରିବାକୁ ଚେତାବନୀ ଦେଇଥିଲେ ପ୍ରିୟଙ୍କା ।
ये दहाड़ है हिन्द की नारी की, जो बुलन्द हो रही है अन्नदाता के सम्मान में।
श्रीमती @priyankagandhi लखीमपुर खीरी के किसानों को न्याय दिलाने सड़क पर क्या निकली, डरपोक भाजपाई हुकूमत के अधिकारियों को काठ मार गया।
हम दिलाएंगे...न्याय।#PriyankaGandhiwithFarmers#लखीमपुर_किसान_नरसंहार pic.twitter.com/rHWBlFrIyJ
— Congress (@INCIndia) October 3, 2021
ଏହା ସତ୍ତେ୍ୱ ପ୍ରିୟଙ୍କାଙ୍କୁ ହେପାଜତରେ ନେଇ ପୋଲସ ତାଙ୍କୁ ସୀତାପୁର ଗେଷ୍ଟହାଉସରେ ଅଟକ ରଖିଛି । ପୋଲିସକୁ ବିରୋଧ କରି ଗେଷ୍ଟହାଉସ ସମ୍ମୁଖରେ ନାରା ଦେଇଥିଲେ କଂଗ୍ରେସ ସମର୍ଥକ ।