କୃଷକ ଆନ୍ଦୋଳନକୁ ନେଇ ସିପିଆଇ ନେତା କହ୍ନେୟା କୁମାରଙ୍କ ଟ୍ୱିଟ୍ । କହିଲେ କୃଷକ ମାନେ କ’ଣ ୧୫ ଲକ୍ଷ ମାଗୁଛନ୍ତି ନା ୮.୫୦୦ କୋଟିର ଉଡାଜାହଜ

କେବଳ ନୂତନ କୃଷି ଆଇନରେ ଲେଖିଦିଅ କି ଏମଏସପି ତଳେ ଶଷ୍ୟ କିଣିବା ଏକ ଅପରାଧ

311

କନକ ବ୍ୟୁରୋ : ସିପିଆଇ ନେତା ତଥା ଜେଏନୟୁର ପୂର୍ବତନ ଛାତ୍ରସଂଘ ଅଧ୍ୟକ୍ଷ କୃଷି ଆନ୍ଦୋଳନ ଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଦେଶର କୃଷକ ମାନେ ମୁକ ନୁହନ୍ତି ଯାହାଙ୍କୁ ତୁମେ ପୁଞ୍ଜିପତିଙ୍କ ପାଖରେ ବିକି ଦେବ ବା ବନ୍ଧା ପକାଇ ଦେବ । ସେ ତାଙ୍କ ଟ୍ୱିଟ୍ ରେ ଲେଖିଛନ୍ତି ‘ଶୁଣ ସାହେବ କୃଷକ ମାନେ ସରକାରୀ ସସ୍ଥାନ ଭଳି ମୁକ ନୁହନ୍ତି ଯେ ତୁମେ ତୁମ ପୁଞ୍ଜିପତି ବନ୍ଧୁ ମାନଙ୍କୁ ଶଗ ମାଛ ଦରରେ ବିକିଦେବ ଓ ସେମାନେ ଚୁପ୍ ରହିବେ । ’
ଅନ୍ୟ ଏକ ଟ୍ୱିଟ୍ ରେ କହ୍ନେୟା ଲେଖିଛନ୍ତି କି ‘ହେ ସରକାର କୃଷକ ତୁମକୁ କଣ ସେହି ୧୫ ଲକ୍ଷ ମାଗୁଛି ନା ଦାବି କରୁଛି ଯେ ତୁମ ଭଳି ସେମାନଙ୍କ ପାଇଁ ୮.୫୦୦ କୋଟିର ଆମୋଦ ଦାୟକ ଜାହଜ କିଣିଦିଅ । ବାସ ସେ ଏତିକି ଦାବି କରୁଛି କି ଆପଣମାନେ ଯେଉଁ ନୂତନ କୃଷିବିଲ୍ ଆଣିଛନ୍ତି ତା ମଧ୍ୟରେ ଗୋଟିଏ ଧାଡି ଲେଖିଦିଅ କି ସେମାନେ ଉତ୍ପାଦନ କରୁଥିବା ଖାଦ୍ୟ ଶଷ୍ୟ କୁ ସର୍ବନିମ୍ନ ସାହାୟକ ଦର ଠାରୁ କମ୍ ଦରରେ କିଣିବା ଏକ ଦଣ୍ଡନୀୟ ଅପରାଧ । ’
ଏହାର ଗୋଟିଏ ଦିନ ପୂର୍ବରୁ ବି ସେ ଏକ ଟ୍ୱିଟ୍ କରିଥିଲେ । ଯେଉଁ ଟ୍ୱିଟ୍ ମାଧ୍ୟମରେ ସେ ବିଜେପିକୁ ଟାର୍ଗେଟ କରି କହିଥିଲେ କି ‘ଶୁଣ ସରକାର, ଏମାନେ କୃଷକ ସେମାନଙ୍କ ପେଟକୁ ଲାତ ମାରୁଥିବା ଲୋକଙ୍କୁ କିଭଳି କାବୁ କରାଯାଏ ତାହା ସେମାନଙ୍କୁ ବେସ୍ ଜଣା ।’
କହିରଖୁ କି ୩ ଟି ନୂତନ କୃଷି ବିଲ୍ କୁ ଦେଶର କୃଷକ ମାନେ ୨ ମାସ ହେବ ବିରୋଧ କରିଆସୁଛନ୍ତି । ବହୁ ବାଧା ବିଘ୍ନ ପରେ ସେମାନେ ଏବେ ହଜାର ହଜାର ସଂଖ୍ୟାରେ ଦିଲ୍ଲୀର ନିରଂକାରୀ ମୈଦାନରେ ଏକଜୁଟ୍ ହୋଇଛନ୍ତି । ସେମାନେ ଦିଲ୍ଲୀରେ ରହି ସେମାନଙ୍କର ଦାବି ହାସଲ କରିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।